ଦାଦାବଟି ଓ ଜମି ହଡ଼ପ ଅଭିଯୋଗରେ ରମେଶଙ୍କ ନାଁରେ ଆଉ ୨ଟି ମାମଲା ରୁଜୁ

ବ୍ରହ୍ମପୁର: ଗିରଫ ହୋଇ ଜେଲ୍‌ରେ ଥିବା ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ଆଜି ଆଉ ଦୁଇଟି ମାମଲା ରୁଜୁ ହୋଇଛି। ପଦ୍ମପୁରର ଏକ କୁକୁଡ଼ା ଫାର୍ମ ମାଲିକଙ୍କ ଠାରୁ ଦାଦାବଟି ଆଦାୟ କରିବା ଅଭିଯୋଗରେ ତାଙ୍କ ନାଁରେ ପାଟପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ନିମଖଣ୍ଡି ଅଞ୍ଚଳରେ ୨ ଏକରରୁ ଅଧିକ ଜମି ହଡ଼ପ ଅଭିଯୋଗରେ ବ୍ରହ୍ମପୁର ସଦର ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ଏହି ସଦ୍ୟ ଜମି […]

ramesh

Rakesh Mallick
  • Published: Friday, 25 March 2016
  • , Updated: 25 March 2016, 09:03 AM IST

ବ୍ରହ୍ମପୁର: ଗିରଫ ହୋଇ ଜେଲ୍‌ରେ ଥିବା ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ଆଜି ଆଉ ଦୁଇଟି ମାମଲା ରୁଜୁ ହୋଇଛି। ପଦ୍ମପୁରର ଏକ କୁକୁଡ଼ା ଫାର୍ମ ମାଲିକଙ୍କ ଠାରୁ ଦାଦାବଟି ଆଦାୟ କରିବା ଅଭିଯୋଗରେ ତାଙ୍କ ନାଁରେ ପାଟପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ନିମଖଣ୍ଡି ଅଞ୍ଚଳରେ ୨ ଏକରରୁ ଅଧିକ ଜମି ହଡ଼ପ ଅଭିଯୋଗରେ ବ୍ରହ୍ମପୁର ସଦର ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ଏହି ସଦ୍ୟ ଜମି ହଡ଼ପ ଅଭିଯୋଗରେ ରମେଶଙ୍କ ସହିତ  ତାଙ୍କ ବାପା ଅରକ୍ଷିତ ଜେନା, ବ୍ରହ୍ମପୁର କର୍ପୋରେଟର ମୁରଲୀ ମୋହନ ଓ ବୁନା ସାହୁଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଏହି ଦୁଇଟି ମାମଲାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ୍ ରମେଶଙ୍କ ନାଁରେ ମୋଟ ୧୩ଟି ମାମଲା ରୁଜୁ ହୋଇ ସାରିଲାଣି।

ଏହା ପୂର୍ବରୁ ମାର୍ଚ୍ଚ ୨୨ ତାରିଖରେ  ରମେଶ ଜେନାଙ୍କ ନାଁରେ ବ୍ରହ୍ମପୁରର ଗୋଷାଣିନୂଆଗାଁ ଥାନାରେ ବହୁ ଚର୍ଚ୍ଚିତ ଚିକେନ୍ ରବି ହତ୍ୟା ମାମଲାର ସାକ୍ଷୀମାନଙ୍କୁ ଧମକ ଦେବା ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଥିଲା।  ଆଇପିସି ଧାରା ୧୯୫ଏ, ୨୯୪, ୫୦୬ ଓ ୩୪ରେ ରମେଶ ଜେନା ଓ ଅନ୍ୟମାନଙ୍କ ନାମରେ ଏହି ମାମଲା ରୁଜୁ କରାଯାଇଛି।

ଚଳିତ ମାସରେ ଗିରଫ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରମେଶଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଜମି ହଡ଼ପ, ମଦ ବ୍ୟବସାୟଙ୍କଠାରୁ ଦାଦା ବଟି ଆଦାୟ ଓ ସାକ୍ଷୀମାନଙ୍କୁ ଧମକ ଦେବା ଆଦି ମାମଲା ରୁଜୁ ହୋଇସାରିଛି। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଅପରାଧୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ତାଙ୍କୁ ମାର୍ଚ୍ଚ ୬ ତାରିଖରେ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ୍।

Related story