ବାରିପଦା: ଭାଇବୋହୂକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦେଢଶୁର

ବାରିପଦା: ମୟୂରଭଞ୍ଜ ଜିଲ୍ଳା ଯଶୀପୁର ଥାନା ଅନ୍ତର୍ଗତ କାଦଡିହା ଗ୍ରାମରେ ପାରିବାରିକ କହଳକୁ ନେଇ ଘଟିଛି ହତ୍ୟାକାଣ୍ଡ। ଦେଢଶୁର ଗଙ୍ଗା ପିଙ୍ଗୁଆ, ଭାଇବୋହୂ ମାନି ପିଙ୍ଗୁଆକୁ ହତ୍ୟା କରିଛି। ହତ୍ୟା ପରେ ଗଙ୍ଗା କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଛି। ପୋଲିସ ଗଙ୍ଗାକୁ ଗିରଫ କରିବା ସହିତ ମୃତ ଦେହ ଜବତ କରି ଏକ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ସୋମବାର ଗଙ୍ଗା ମଦ ପିଇ ସାନଭାଇ ହୃଷିକେଶ ପିଙ୍ଗୁଆଙ୍କ ସ୍ତ୍ରୀ ମାନି ପିଙ୍ଗୁଆକୁ ଆକ୍ରମଣ କରିଥିଲା। […]

jasipur

Rakesh Mallick
  • Published: Tuesday, 14 July 2015
  • , Updated: 14 July 2015, 06:15 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଳା ଯଶୀପୁର ଥାନା ଅନ୍ତର୍ଗତ କାଦଡିହା ଗ୍ରାମରେ ପାରିବାରିକ କହଳକୁ ନେଇ ଘଟିଛି ହତ୍ୟାକାଣ୍ଡ। ଦେଢଶୁର ଗଙ୍ଗା ପିଙ୍ଗୁଆ, ଭାଇବୋହୂ ମାନି ପିଙ୍ଗୁଆକୁ ହତ୍ୟା କରିଛି। ହତ୍ୟା ପରେ ଗଙ୍ଗା କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଛି। ପୋଲିସ ଗଙ୍ଗାକୁ ଗିରଫ କରିବା ସହିତ ମୃତ ଦେହ ଜବତ କରି ଏକ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, ସୋମବାର ଗଙ୍ଗା ମଦ ପିଇ ସାନଭାଇ ହୃଷିକେଶ ପିଙ୍ଗୁଆଙ୍କ ସ୍ତ୍ରୀ ମାନି ପିଙ୍ଗୁଆକୁ ଆକ୍ରମଣ କରିଥିଲା। ଏହି ସମୟରେ ମାନି ପଡିଆରେ ମଇଁଷି ଚରାଉଥିଲା। ଗଙ୍ଗା ପ୍ରଥମେ ବାଡିରେ ପିଟି  ମାନିକୁ ଚେତାଶୂନ୍ୟ କରିବା ପରେ ଟାଙ୍ଗିଆରେ ବେକକୁ ହାଣି ହତ୍ୟା କରିଥିଲା।

Related story