ମାଡ଼ି ଚାଲିଛି ମହାମାରୀ, ରାଜ୍ୟରେ ୫୦୦ ଡେଇଁଲା ପଜିଟିଭ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ବେକାବୁ ହେବା ସହ ରେକର୍ଡ ଭାଙ୍ଗି ଚାଲିଛି କରୋନା। ଆଜି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର‌ ହୋଇଥିବା ବେଳେ ରାଜ୍ୟରେ ବି ୫୦୦ ଡେଇଁଛି। ଗତ ୩ ଦିନ ହେଲା ଏହା ୫୦୦ ମୁହାଁ ହୋଇଥିବା ବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୫୭୩ରେ  ପହଞ୍ଚି ଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁେଗାଳରୁ ୩୨, କଟକରୁ ୨୮, କଳାହାଣ୍ଡିରୁ ୨୪ ଓ ବଲାଙ୍ଗିରରୁ […]

corona

Niharika Rout
  • Published: Monday, 05 April 2021
  • , Updated: 05 April 2021, 03:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ବେକାବୁ ହେବା ସହ ରେକର୍ଡ ଭାଙ୍ଗି ଚାଲିଛି କରୋନା। ଆଜି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର‌ ହୋଇଥିବା ବେଳେ ରାଜ୍ୟରେ ବି ୫୦୦ ଡେଇଁଛି। ଗତ ୩ ଦିନ ହେଲା ଏହା ୫୦୦ ମୁହାଁ ହୋଇଥିବା ବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୫୭୩ରେ  ପହଞ୍ଚି ଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁେଗାଳରୁ ୩୨, କଟକରୁ ୨୮, କଳାହାଣ୍ଡିରୁ ୨୪ ଓ ବଲାଙ୍ଗିରରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ  ରାୟଗଡ଼ାରୁ ୧୬, ମୟୂରଭଞ୍ଜରୁ ୧୩, ବାଲେଶ୍ୱରରୁ ୧୧, କେନ୍ଦୁଝରରୁ ୮ ଚିହ୍ନଟ ହୋଇଛନ୍ତି।

ଗତ ତିନି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୪୫୦ ଉପରେ ରହିଥିଲା। ଗତ ୩ ଦିନ ଧରି ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ଯଥାକ୍ରମେ ୪୬୧ ଓ ୪୫୨ ଓ ୪୭୧ ରହିଥିଲା।

ସୂଚନାଯୋଗ୍ୟ ଯେ, ଦେଶରେ ୨ୟ ଲହର ଜାରି ରହିଥିବାରୁ ଏବେଠାରେ ସାଂଘାତିକ ଅବସ୍ଥା ସୃଷ୍ଟି ହେଲାଣି । ଆଜି ଦେଶରେ ମଧ୍ୟ ପ୍ରଥମ ଥର ପାଇଁ ରେକର୍ଡ କରିଛି ମହାମାରୀ । ଦିନକରେ ଲକ୍ଷେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୩ ହଜାର ୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୪୭୮ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ସର୍ବାଧିକ ଦୈନିକ ସଂକ୍ରମଣ ୯୭, ୮୯୪ ଥିଲା ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଇଥିବା ତଥ୍ୟ ଅନୁସାରେ, ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୫ ଲକ୍ଷ ୮୯ ହଜାର ୬୭କୁ ବୃଦ୍ଧି ପାଇଛି। ସେହିପରି ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୧୦୧ରେ ପହଞ୍ଚିଛି।

ବର୍ତ୍ତମାନ ଦେଶରେ ମୋଟ ୭ ଲକ୍ଷ ୪୧ ହଜାର ୮୩୦ଟି ସକ୍ରିୟ ମାମଲା ରହିଛି। ଅନ୍ୟପଟେ ୧ କୋଟି ୧୬ ଲକ୍ଷ ୮୨ ହଜାର ୧୩୬ ଜଣ କରୋନାରୁ ସୁସ୍ଥ ହଇଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ଦେଶରେ ମୋଟ ୭ କୋଟି ୯୧ ଲକ୍ଷ ୫ ହଜାର ୧୬୩ ଟିକା ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

Related story