ଦାମଙ୍କ ଇତିହାସରେ ଦମ୍‌ ନାହିଁ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଇକ ବିଦ୍ରୋହ ଉପରେ କୃଷିମନ୍ତ୍ରୀ ଦାମୋଦର ରାଉତ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ଏପରିକି ଐତିହାସିକ ଓ ବୁଦ୍ଧିଜୀବୀ ଦାମଙ୍କ ମନ୍ତବ୍ୟକୁ ନାପସନ୍ଦ କରିଥିଲେ। କେତେକ ଦାମଙ୍କ ଇତିହାସ ଜ୍ଞାନକୁ ନେଇ ସନ୍ଦେହ ପ୍ରକାଶ କଲେଣି! ଆଜି ଦାମଙ୍କ ନାମ ନନେଇ ତାଙ୍କ ତଥ୍ୟକୁ ଖଣ୍ଡନ କରିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହଦେବ। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି-“ଜୟୀ ରାଜଗୁରୁଙ୍କ ନେତୃତ୍ୱରେ […]

Dama poor in history

Rakesh Mallick
  • Published: Wednesday, 29 November 2017
  • , Updated: 29 November 2017, 06:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଇକ ବିଦ୍ରୋହ ଉପରେ କୃଷିମନ୍ତ୍ରୀ ଦାମୋଦର ରାଉତ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ଏପରିକି ଐତିହାସିକ ଓ ବୁଦ୍ଧିଜୀବୀ ଦାମଙ୍କ ମନ୍ତବ୍ୟକୁ ନାପସନ୍ଦ କରିଥିଲେ। କେତେକ ଦାମଙ୍କ ଇତିହାସ ଜ୍ଞାନକୁ ନେଇ ସନ୍ଦେହ ପ୍ରକାଶ କଲେଣି! ଆଜି ଦାମଙ୍କ ନାମ ନନେଇ ତାଙ୍କ ତଥ୍ୟକୁ ଖଣ୍ଡନ କରିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହଦେବ।

ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି-“ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ୧୮୦୪ରେ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା। ୧୮୧୭ରେ ବକ୍ସି ଜଗବନ୍ଧୁ ଏହାକୁ ଆଗେଇ ନେଇଥିଲେ। ଅର୍ଥାତ ଆନ୍ଦୋଳନକୁ ବ୍ୟାପକ କରିଥିଲେ ବକ୍ସି ଜଗବନ୍ଧୁ। ଇତିହାସ ପୃଷ୍ଠା ଓ ଗବେଷକଙ୍କ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ତେଣୁ ୧୮୧୭ ପରିବର୍ତ୍ତେ ୧୮୦୪କୁ ପାଇକ ବିଦ୍ରୋହକୁ ମାନ୍ୟତା ମିଳିବା ଉଚିତ।”

ଗଜପତିଙ୍କ ଜବାବ ଉତ୍ତର ରଖିଛନ୍ତି ମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି-“ଗଜପତି ମହାରାଜ ହେଉଛି ପରମ ପୂଜ୍ୟ ଓ ଶ୍ରୀ ଜଗନ୍ନାଥଙ୍କ ପ୍ରଥମ ସେବକ। ସେ ହେଉଛନ୍ତି ଚଳନ୍ତି ଠାକୁର। ମୁଁ ତାଙ୍କ କ୍ରିୟାର କଣ ପ୍ରତିକ୍ରିୟା ଦେବି? ମହାମାନ୍ୟ ଗଜପତି ଆଜି ପର୍ଯ୍ୟନ୍ତ କାହିଁକି ଏହି କଥା କହି ନଥିଲେ?”

ସେ କହିଛନ୍ତି-“ଇଂରେଜମାନେ ୧୬୦୩ ମସିହାରେ କଲିକତାକୁ ରାଜଧାନୀ କରିଥିଲେ। ୧୮୦୩ରେ କେମିତି ଓଡ଼ିଶା ଆସିଲେ? ୨୦୦ ବର୍ଷ ଧରି ଇଂରେଜମାନେ କାହିଁକି ଆସିନଥିଲେ? ଯଦି ଓଡ଼ିଶା ଆସିଥିଲେ କେମିତି ଆସିଲେ? ଗଜପତି ମହାରାଜ ଗବେଷଣା କରି ଟିକେ କହିଲେ, ଦେଶବାସୀ ଜାଣନ୍ତେ।”

Related story