ଦାମ ଦେଲେ ବିଜେଡିରେ ବିଦ୍ରୋହର ଆଭାସ
Ordigital Desk
  • Published: Thursday, 25 January 2018
  • , Updated: 25 January 2018, 09:40 AM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ବିଦ୍ରୋହର ଆଭାସ ଦେଇଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ଗତକାଲି ବୈଜୟନ୍ତ ନିଲମ୍ବନ ପ୍ରସଙ୍ଗରେ ପୁରୀରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହା ସଭାପତିଙ୍କ ନିଷ୍ପତ୍ତି କହି ଏଡ଼ାଇ ଯାଇଥିଲେ ବି ପରୋକ୍ଷରେ ବକ୍ସି ଜଗବନ୍ଧୁଙ୍କ କଥା ଉଠାଇ ଆଗକୁ ଦଳରେ ବିଦ୍ରୋହର ଆଭାସ ଦେଇଥିଲେ।
ଦାମ କହିଥିଲେ, ଇଂରେଜମାନେ ଓଡ଼ିଶା ଆସିବା କ୍ଷଣି ତୁରନ୍ତ ବିଦ୍ରୋହ ହୋଇ ନ ଥିଲା। ତେଣୁ ଅପେକ୍ଷା କରିବାକୁ ପଡ଼ିବ।
ସେ ଆହୁରି କହିଥିଲେ, ବିସ୍ଫୋରଣ ପାଇଁ ବାରୁଦ ଯୋଗାଡ଼ ହୋଇନି। ଯେବେ ବାଣ ଯିବ କିଏ ମୂର୍ଚ୍ଛା ହେବ, କିଏ କ’ଣ ହେବ ଦେଖାଯିବ। ସେ ବାଣ ଏବେ ଠିକ୍ ହୋଇନି।
ସେହିପରି କୁନ୍ଦୁଲି ପ୍ରସଙ୍ଗରେ ବି ଦାମ ତାଙ୍କ ଅଭିମୁଖ୍ୟରେ ପୂର୍ବଭଳି ଅଟଳ ରହିଥିଲେ। ଦୁଷ୍କର୍ମ କଥାକୁ କେହି ବି ଅସ୍ୱୀକାର କରିବେନି, ତେଣୁ ପ୍ରକୃତ ଦୋଷୀକୁ ଧରାଯାଉ ବୋଲି ସେ କହିଥିଲେ।
Related story