ଦାମଙ୍କ ରିପୋର୍ଟ କାର୍ଡ: ଦୁଇ ବର୍ଷରେ ମଦ ମୃତ୍ୟୁ ହୋଇନାହିଁ, ଅବକାରୀ ରାଜସ୍ୱ ବଢିଛି

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରୀମଣ୍ଡଳର ସମବାୟ ଓ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କିଛି ନା କିଛି ପ୍ରସଙ୍ଗକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ଯେ କୌଣସି ପ୍ରସଙ୍ଗ ହେଉ ତାଙ୍କ କଟାକ୍ଷରୁ ବିରୋଧୀ ତ ବିରୋଧୀ ନିଜ ଦଳ ମଧ୍ୟ ବାଦ ପଡିନାହିଁ। ଏହି ଦୁଇ ବର୍ଷ ମଧ୍ୟରେ ଦାମଙ୍କ ଟାର୍ଗେଟରେ ବିରୋଧୀ ଯେତେ ଆସି ନାହାନ୍ତି ନିଜ ଦଳ ସେତିକି ଆସିଛି। ତାଙ୍କ ମନ୍ତବ୍ୟ ବହୁ ସମୟରେ ଦଳରେ ହଇଚଇ ସୃଷ୍ଟି କରିଛି। […]

dama-rout

Rakesh Mallick
  • Published: Saturday, 07 May 2016
  • , Updated: 07 May 2016, 02:56 PM IST

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରୀମଣ୍ଡଳର ସମବାୟ ଓ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କିଛି ନା କିଛି ପ୍ରସଙ୍ଗକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ଯେ କୌଣସି ପ୍ରସଙ୍ଗ ହେଉ ତାଙ୍କ କଟାକ୍ଷରୁ ବିରୋଧୀ ତ ବିରୋଧୀ ନିଜ ଦଳ ମଧ୍ୟ ବାଦ ପଡିନାହିଁ। ଏହି ଦୁଇ ବର୍ଷ ମଧ୍ୟରେ ଦାମଙ୍କ ଟାର୍ଗେଟରେ ବିରୋଧୀ ଯେତେ ଆସି ନାହାନ୍ତି ନିଜ ଦଳ ସେତିକି ଆସିଛି। ତାଙ୍କ ମନ୍ତବ୍ୟ ବହୁ ସମୟରେ ଦଳରେ ହଇଚଇ ସୃଷ୍ଟି କରିଛି। ଏତେ ସବୁ ସତ୍ତ୍ୱେ ତାଙ୍କ ବିଭାଗର କାମକୁ ନେଇ ଦାମ ସନ୍ତୋଷ ପ୍ରକାଶ କରିଛନ୍ତି। ଏହି ସମୟ ମଧ୍ୟରେ ରାଜ୍ୟରେ ମଦ ମୃତ୍ୟୁ ଘଟଣା ଘଟି ନ ଥିବା ସେ କହିଛନ୍ତି। ଏହାସହ ଅବକାରୀ ରାଜସ୍ୱ ଆଦାୟର ପରିମାଣ ମଧ୍ୟ ବୃଦ୍ଧି ପାଇଥିବା ସେ କହିଛନ୍ତି।

ନବୀନଙ୍କ ଚତୁର୍ଥ ପାଳିରେ ପ୍ରଥମ ଦେଢବର୍ଷ ନିଜ ଅସନ୍ତୋଷକୁ ଚାପି ରଖିଥିଲେ ଦାମ। ହେଲେ ଏହା ପରେ ଦାମଙ୍କ ପ୍ରଥମ ଟାର୍ଗେଟ ସି-ସୋର ଓ ବିଜେଡି ଲିଙ୍କକୁ ନେଇ। ସି-ସୋରକୁ ସରକାରୀ ସହାୟତା ଦିଆଯାଇଥିବା ଦାମ ଖୁଲାସା କରିଥିଲେ। କଥା ଏତିକିରେ ସରି ନ ଥିଲା, ଡି’ ଲିଙ୍କକୁ ନେଇ ହେଉ କି ସଞ୍ଜୟଙ୍କ ପାଜେରୋ ବା ଆହାର ଯୋଜନା ପ୍ରସଙ୍ଗ ଦାମଙ୍କ ମନ୍ତବ୍ୟ ଦଳ ଭିତରେ ହଇଚଇ ସୃଷ୍ଟି କରିଥିଲା। ଏପରି ସ୍ଥିତିରେ ଦଳ ଭିତରେ ଶୃଙ୍ଖଳା ରଖିବାକୁ ନବୀନ ପଟ୍ଟନାୟକ ତାଗିଦ କରିଥିଲେ। ହେଲେ ଏହାର ପ୍ରଭାବ ଦାମଙ୍କ ଉପରେ ପଡ଼ି ନ ଥିଲା।

ମରୁଡି ବେଳେ ବିବାଦ ଘେରକୁ ଆସିଥିଲେ ଦାମ। ମରୁଡି ବେଳେ ଚାଷୀଙ୍କୁ ଋଣ ପ୍ରଦାନ ଓ ଶୀତଳ ଭଣ୍ଡାରକୁ ନେଇ ତାଙ୍କ ବିଭାଗର ବିଫଳତା ଯେତିକି ଚର୍ଚ୍ଚାକୁ ଆସି ନ ଥିଲା ତାଙ୍କ ବିବାଦୀୟ ମନ୍ତବ୍ୟ ସେତିକି ଚର୍ଚ୍ଚାକୁ ଆସିଥିଲା। ସମବାୟ ବିଭାଗ ମାଧ୍ୟମରେ ବଣ୍ଟା ଯାଇଥିବା କୃଷି ଋଣ ଚାଷୀଙ୍କ ପାଖରେ ପହଞ୍ଚି ନ ଥିବା ଅଭିଯୋଗ ଆସିଥିଲା। ସେହିଭଳି ରାଜ୍ୟରେ କମ ସଂଖ୍ୟାରେ ଥିବା ଶୀତଳ ଭଣ୍ଡାରକୁ ନେଇ ବିରୋଧୀଙ୍କ ଟାର୍ଗେଟକୁ ଆସିଥିଲେ ଦାମ। ଏପରି ସ୍ଥିତିରେ ପ୍ରଶାସନିକ ଅଧିକାରୀ ତାଙ୍କ କଥା ଶୁଣୁ ନାହାନ୍ତି ବୋଲି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଦାମ। ଏହାକୁ ନେଇ ବିରୋଧୀ ତୁମ୍ବି ତୁଫାନ ସୃଷ୍ଟି କରିବା ପ୍ରଶାସନିକ ସହ ଅଧିକାରୀଙ୍କ ଇଙ୍ଗିତରେ ସରକାର ଚାଲିଥିବା ଅଭିଯୋଗ କରିଥିଲେ।

ମଦ ଦୋକାନର ବନ୍ଦ ସମୟ ରାତି ୧୧ଟାକୁ ବଢାଇ ମଧ୍ୟ ଦାମ ଚର୍ଚ୍ଚାକୁ ଆସିଥିଲେ। ଏତେ ସବୁ ସତ୍ତ୍ୱେ ତାଙ୍କ ବିଭାଗ ଭଲ କାମ କରିଥିବା ଦାମ କହିଛନ୍ତି। ସେ କହିଛନ୍ତି, “କୌଣସି ଚାଷୀ ଋଣ ଦାଉରେ ଆତ୍ମହତ୍ୟା କରି ନାହାନ୍ତି କି କରିବେ ନାହିଁ। ଅବକାରୀରେ କେହି ସଫଳତା ଖୋଜନ୍ତି ନାହିଁ। ଅବକାରୀ ବିଭାଗରେ ସଫଳତା ହେଲା ଏହି ଦୁଇ ବର୍ଷ ମଧ୍ୟରେ ମଦମୃତ୍ୟୁ ହୋଇନାହିଁ। ଏହି ସମୟରେ ଅବକାରୀ ରାଜସ୍ୱ ବଢିଛି।”

ବରିଷ୍ଠ ସାମ୍ବାଦିକ କେ. ରବି କହିଛନ୍ତି, “ସେ ନିଜର ଯେଉଁ ସମସ୍ୟା ପ୍ରକାଶ କରିଛନ୍ତି, ଏହା ଏକ ବଡ଼ ସମସ୍ୟା। ତଥାପି ଅବକାରୀ ବିଭାଗରେ ଭଲ କାମ ହୋଇଥିବା ଜଣାପଡୁଛି। କିନ୍ତୁ ସମବାୟ କ୍ଷେତ୍ରରେ ଯେଭଳି କାମ ହେବା କଥା ହୋଇନାହିଁ।”

Related story