ଦାମଙ୍କୁ ବିରୋଧ କରିବାରୁ ବିଜେପି କର୍ମୀଙ୍କୁ ମାଡ଼ ଅଭିଯୋଗ

ଅନୁଗୋଳ: ଅନୁଗୋଳ ଗସ୍ତ ବେଳେ ମନ୍ତ୍ରୀ ଦାମୋଦର ରାଉତଙ୍କୁ ବିଜେପି କର୍ମୀ ବିରୋଧ କରିବାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ବିରୋଧ ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ବିଜେଡି କର୍ମୀମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆଜି ପୂର୍ବତନ ମନ୍ତ୍ରୀ ଅଦୈତ ପ୍ରସାଦ ସିଂଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେବାକୁ ଦାମ ଯାଇଥିଲେ। ସେ ସ୍ଥାନୀୟ ସର୍କିଟ ହାଉସ୍‌କୁ ଯିବା ବେଳେ କିଛି ବିଜେପି କର୍ମୀ ତାଙ୍କ ଗାଡ଼ି ନିକଟକୁ ଆସି ସ୍ଲୋଗାନ ଦେଇଥିଲେ। ପୋଲିସ […]

bjp3

Rakesh Mallick
  • Published: Sunday, 17 July 2016
  • , Updated: 17 July 2016, 11:32 PM IST

ଅନୁଗୋଳ: ଅନୁଗୋଳ ଗସ୍ତ ବେଳେ ମନ୍ତ୍ରୀ ଦାମୋଦର ରାଉତଙ୍କୁ ବିଜେପି କର୍ମୀ ବିରୋଧ କରିବାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ବିରୋଧ ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ବିଜେଡି କର୍ମୀମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଆଜି ପୂର୍ବତନ ମନ୍ତ୍ରୀ ଅଦୈତ ପ୍ରସାଦ ସିଂଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେବାକୁ ଦାମ ଯାଇଥିଲେ। ସେ ସ୍ଥାନୀୟ ସର୍କିଟ ହାଉସ୍‌କୁ ଯିବା ବେଳେ କିଛି ବିଜେପି କର୍ମୀ ତାଙ୍କ ଗାଡ଼ି ନିକଟକୁ ଆସି ସ୍ଲୋଗାନ ଦେଇଥିଲେ। ପୋଲିସ ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଉପସ୍ଥିତ ବିଜେଡି କର୍ମୀ ମାଡ଼ ମାରିଥିଲେ।

ଏହି ଘଟଣା ପରେ ଦାମ ସ୍ମୃତି ସଭାକୁ ଯାଇ ଯୋଗ ଦେଇଥିଲେ। ଏ ନେଇ ପଚରା ଯିବାରେ ତାଙ୍କୁ କେହି ବିରୋଧ କରି ନ ଥିବା କହିଛନ୍ତି।

Related story