ଘର ବାହୁଡ଼ାର ସଙ୍କେତ ଦେଲେ ଦାମ ! କହିଲେ ନବୀନ ଅପରାଜେୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଜେପୁର ଉପନିର୍ବାଚନ ଫଳାଫଳ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଦାମ। ଓଡ଼ିଶାରେ ଜାତୀୟ ଅପେକ୍ଷା ଆଞ୍ଚଳିକ ଦଳଙ୍କୁ ଲୋକେ ଅଧିକ ପସନ୍ଦ କରୁଛନ୍ତି ବୋଲି ପୂର୍ବତନ ବିଜେପି ନେତା ଦାମୋଦର ରାଉତ କହିଛନ୍ତି। ସେ କହିଛନ୍ତି ଆଞ୍ଚଳିକ ଦଳ ଓ ନେତାଙ୍କୁ ଲୋକ ଅଧିକ ପସନ୍ଦ କରୁଛନ୍ତି। ନିର୍ବାଚନ ଫଳାଫଳରୁ ଜଣାପଡୁଛି ନବୀନ ହେଉଛନ୍ତି ଅପରାଜେୟ। ନବୀନଙ୍କୁ ଲୋକେ ପ୍ରିୟତମ ନେତା ଭାବୁଥିବା ପ୍ରମାଣିତ ହୋଇଛି। ଆପଣ ବିଜେଡି ଆଡ଼କୁ ଢଳୁଛନ୍ତି କି ପ୍ରଶ୍ନରେ ଦାମ […]

dama-rout-1

Tapas Behera
  • Published: Saturday, 26 October 2019
  • , Updated: 26 October 2019, 04:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଜେପୁର ଉପନିର୍ବାଚନ ଫଳାଫଳ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଦାମ। ଓଡ଼ିଶାରେ ଜାତୀୟ ଅପେକ୍ଷା ଆଞ୍ଚଳିକ ଦଳଙ୍କୁ ଲୋକେ ଅଧିକ ପସନ୍ଦ କରୁଛନ୍ତି ବୋଲି ପୂର୍ବତନ ବିଜେପି ନେତା ଦାମୋଦର ରାଉତ କହିଛନ୍ତି। ସେ କହିଛନ୍ତି ଆଞ୍ଚଳିକ ଦଳ ଓ ନେତାଙ୍କୁ ଲୋକ ଅଧିକ ପସନ୍ଦ କରୁଛନ୍ତି। ନିର୍ବାଚନ ଫଳାଫଳରୁ ଜଣାପଡୁଛି ନବୀନ ହେଉଛନ୍ତି ଅପରାଜେୟ। ନବୀନଙ୍କୁ ଲୋକେ ପ୍ରିୟତମ ନେତା ଭାବୁଥିବା ପ୍ରମାଣିତ ହୋଇଛି।

ଆପଣ ବିଜେଡି ଆଡ଼କୁ ଢଳୁଛନ୍ତି କି ପ୍ରଶ୍ନରେ ଦାମ କହିଛନ୍ତି ଯେ, ବିଜେଡି ପ୍ରତି ମୋ ମନ କେବେ ବିମୁଖ ଥିଲା କି ? ବିଜୁ ବାବୁ ମୋତେ ଆଣିଥିଲେ, ନବୀନଙ୍କ ସହ କାମ କରିଛି। ବିଜେଡିକୁ ମୁଁ ଛାଡ଼ିନି, ବିଜେଡି ମତେ ବହିଷ୍କାର କରିଛି।

ମୁଁ ନେତାଙ୍କ ବିରୋଧରେ କହିନି, ଦୁର୍ନୀତି ବିରୋଧରେ କହିଛି ବୋଲି ଦାମ କହିଛନ୍ତି। ନିକଟରେ ଦାମ ବିଜେପିରୁ ଇସ୍ତଫା ଦେବା ପରେ ଗଣମାଧ୍ୟମ ଏହା ହେଉଛି ଦାମଙ୍କର ପ୍ରଥମ ପ୍ରତିକ୍ରୀୟା। ବିଜେପି ଦଳରେ ଯୋଗ ଦେବାର ୭ ମାସ ପରେ ଦଳ ବିରୋଧରେ ଅବହେଳା ଓ କୋଣଠେସା ଅଭିଯୋଗ ଆଣି ଦଳ ଛାଡ଼ିଥିଲେ ଦାମ। ତେବେ ଆଜିର ତାଙ୍କର ଏଭଳି ମନ୍ତବ୍ୟରୁ ଦାମ ପୁଣି ଥରେ ବିଜେଡିକୁ ଫେରିବା ନେଇ ସଙ୍କେତ ମିଳୁଥିବା ଚର୍ଚ୍ଚା ହେଉଛି।

Related story