“ହରିଜନରୁ ବ୍ରାହ୍ମଣ ଯାଏଁ” ଅସରନ୍ତି ଅମାନିଆ ତୁଣ୍ଡ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ତାଙ୍କ ତୁଣ୍ଡକୁ ଲଗାମ୍‌ ନାହିଁ, ଯେତେବେଳେ ଯାହା ପାଇଲେ କହିଲେ। ଯେମିତି ପାଇଲେ କହିଲେ। କେତେବେଳେ ସଭାମଞ୍ଚରେ ତ କେତେବେଳେ ଗଣମାଧ୍ୟମକୁ। ମନକୁ ମନ ଯାହା ଆସିଲା କହିଲେ। କୃଷିମନ୍ତ୍ରୀ ଦାମୋଦର ରାଉତ ଏମିତି କୁହାଳିଆ ଗୁଣ ପାଇଁ ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି। ବ୍ରାହ୍ମଣଙ୍କ କଥା କହି ଶେଷରେ ଆଜି ଫସି ଯାଇଥିଲେ ମଧ୍ୟ ଆଗରୁ ଏମିତି କେତେ କ’ଣ କହିଛନ୍ତି ଦାମ। ୨୦୧୦ରେ ହରିଜନ ଶବ୍ଦ ଉଚ୍ଚାରଣ କରି ଚର୍ଚ୍ଚାର ପରିଧିକୁ […]

dr

Rakesh Mallick
  • Published: Friday, 22 December 2017
  • , Updated: 22 December 2017, 10:02 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ତାଙ୍କ ତୁଣ୍ଡକୁ ଲଗାମ୍‌ ନାହିଁ, ଯେତେବେଳେ ଯାହା ପାଇଲେ କହିଲେ। ଯେମିତି ପାଇଲେ କହିଲେ। କେତେବେଳେ ସଭାମଞ୍ଚରେ ତ କେତେବେଳେ ଗଣମାଧ୍ୟମକୁ। ମନକୁ ମନ ଯାହା ଆସିଲା କହିଲେ। କୃଷିମନ୍ତ୍ରୀ ଦାମୋଦର ରାଉତ ଏମିତି କୁହାଳିଆ ଗୁଣ ପାଇଁ ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି। ବ୍ରାହ୍ମଣଙ୍କ କଥା କହି ଶେଷରେ ଆଜି ଫସି ଯାଇଥିଲେ ମଧ୍ୟ ଆଗରୁ ଏମିତି କେତେ କ’ଣ କହିଛନ୍ତି ଦାମ। ୨୦୧୦ରେ ହରିଜନ ଶବ୍ଦ ଉଚ୍ଚାରଣ କରି ଚର୍ଚ୍ଚାର ପରିଧିକୁ ଆସିଥିବା ଦାମବାବୁଙ୍କୁ ସେତେବେଳେ ଦଳ ପକ୍ଷରୁ ଲଗାମ ଲଗାଗଲା ନାହିଁ । ଜାତିବାଦକୁ ନେଇ ଆକ୍ଷେପ ଦାମଙ୍କ ପାଇଁ ନୂଆ ନୁହେଁ, କଥା ହରିଜନରୁ ଆସି ବ୍ରାହ୍ମଣଙ୍କ ପାଖରେ ପହଞ୍ଚିବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ସ୍ୱାମୀ ଛାଡି ଅଙ୍ଗନୱଡୀ: ପୂର୍ବରୁ ଦାମବାବୁଙ୍କ ଅଙ୍ଗନୱାଡି ମନ୍ତବ୍ୟ ମଧ୍ୟ ଭାରି ଚର୍ଚ୍ଚିତ ହୋଇଥିଲା। “ଅଙ୍ଗନୱାଡି, ସ୍ୱମୀ ଛାଡି” ମନ୍ତବ୍ୟ ତାଙ୍କୁ ଅଡୁଆରେ ପକାଇଥିଲା। ଯାହାକୁ ନେଇ ସେ ସଫେଇ ଦେଇ କହିଥିଲେ ଯେ, “ମୁଁ ଏ କଥାଟି କୌଣସି ଗୋଷ୍ଠିକୁ ଆକ୍ଷେପ କରି କହି ନ ଥିଲି। କେବଳ ଯାହା ସାଧାରଣରେ ଆଲୋଚନା ହେଉଥିବା କଥାକୁ ଉଲ୍ଲେଖ କରି କହିଥିଲି। ଯଦି ଏହା କାହାରିକୁ ଦୁଃଖ ଦେଇଛି, ସେଥିପାଇଁ ମୁଁ ଦୁଃଖିତ।”

ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି: ନିକଟରେ ରାଉତଙ୍କ ତୁଣ୍ଡରୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅକ୍ଷେପ କରିବା ଭଳି ଶବ୍ଦ ମଧ୍ୟ ଶୁଭିଛି। ଖୋର୍ଦ୍ଧା ଲୋକ ମହୋତ୍ସବ ସମୟରେ “ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି” ବୋଲି କହିଥିଲେ ଦାମ। ସେ ଜଣେ ଦେଶପ୍ରେମୀ ହୋଇପାରନ୍ତି ହେଲେ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି। ବରଂ ଜୟୀ ରାଜଗୁରୁ ହେଉଛନ୍ତି ପ୍ରଥମ ସ୍ୱାଧୀନତା ସଂଗ୍ରାମୀ। ଏହି ମନ୍ତବ୍ୟ ମଧ୍ୟ ଦାମଙ୍କ ଲାଗି ମହଙ୍ଗା ପଡିଥିଲା। ରାଜ୍ୟବ୍ୟାପି ଏହାର ଚର୍ଚ୍ଚା ହୋଇଥିବା ବେଳେ ଦାମବାବୁ ଏହା ଏକ ଐତିହାସିକ ତଥ୍ୟ ବୋଲି କହି ଏଡାଇ ଯାଇଥିଲେ।

ଚାଷୀ ଟଙ୍କା ନେଇ ଝିଅ ବାହାଘର କରନ୍ତି: ନିକଟରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମଧ୍ୟ ଦାମଙ୍କ ତୁଣ୍ଡରୁ ଶୁଭିଥିଲା ବଚନିକା । କୃଷିମନ୍ତ୍ରୀ ଥିବାରୁ ତାଙ୍କ ମନ୍ତବ୍ୟ କ’ଣ ପଚରାଯାଇଥିବା ବେଳେ ସେ କହିଥିଲେ। “ଚାଷୀ ଆତ୍ମହତ୍ୟା କରନ୍ତିନି, ଋଣ ନେଇ ଝିଅ ବାହାଘର କରନ୍ତି” । ଏଭଳି ମନ୍ତବ୍ୟ ମଧ୍ୟ ତାଙ୍କୁ ଅଡୁଆରେ ପକାଇଥିଲା।

ଆଦିବାସୀ କେବେ ଭୀକ୍ଷା ମାଗନ୍ତି ନାହିଁ, ଭିକ ମାଗନ୍ତି ବ୍ରାହ୍ମଣ: ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବରେ ଅତିଥି ହୋଇଥିବା ବେଳେ ଦାମବାବୁ କଥା ପ୍ରସଙ୍ଗରେ ଆଦିବାସୀଙ୍କୁ ପ୍ରଶଂସିବାକୁ ଯାଇ କହିଥିଲେ ଯେ, କେବେହେଲେ କୋଉ ଆଦିବାସୀ ଭୀକ୍ଷା ମାଗନ୍ତି ନାହିଁ, ବ୍ରାହ୍ମଣ ଭିକ ମାଗନ୍ତି” । ଏହି କଥା ଶୁଣି ସାରା ରାଜ୍ୟର ବ୍ରାହ୍ମଣ ସମାଜ ତାଙ୍କ ବିରୋଧରେ ଶୋଭାଯାତ୍ରା, କୁଶପୁତ୍ତଳିକା ଦାହ ଭଳି କାର୍ଯ୍ୟକ୍ରମ ଆୟୋଜନ କରି ଦାମଙ୍କ ମନ୍ତବ୍ୟକୁ ବିରୋଧ କରିଥିଲେ।

ସୂଚନା ଯୋଗ୍ୟ, କେବଳ ଆଜି ନୁହେଁ ବିଜୁ ବାବୁଙ୍କ ମନ୍ତ୍ରୀମଣ୍ଡଳରେ ଥିବା ବେଳେ ମଧ୍ୟ ଦାମବାବୁଙ୍କ କାରନାମା ଥିଲା ଜବରଦସ୍ତ। ବାସନ୍ତୀ ବାରା ନାମ୍ନୀ ଜଣେ ସମିତି ସଭ୍ୟାଙ୍କୁ ରାଉତ ସଭାମଞ୍ଚରେ ଅସଦାଚରଣ କରିଥିଲେ। ଯାହାକୁ ନେଇ ସେତେବେଳେ ତୁମ୍ବିତୋଫାନ ହୋଇଥିଲା। ବିଜୁ ବାବୁ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ପାଲଟା ସପକ୍ଷରେ ଯୁକ୍ତି ବାଢିଥିଲେ।

Related story