“ମୋ ବାପା ହାରିଗଲେ ବୋଲି ମୋତେ ବହୁତ ଦୁଃଖ ଲାଗିଲା”

ପାରାଦୀପ(ଓଡ଼ିଶା ରିପୋର୍ଟର): “ମୋ ବାପା ହାରିଗଲେ। ତେଣୁ ମୋତେ ବହୁତ ଦୁଃଖ ଲାଗିଲା। ହେଲେ ସେଠି ବିଜେଡି ଜିତିଲା। ସେଥିପାଇଁ ଖୁସି ଲାଗୁଛି।” ପାରାଦୀପ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସମ୍ୱିତ ରାଉତରାୟ ବିଜୟୀ ହେବା ପରେ ଏହି ବିବୃତି ଦେଇଛନ୍ତି। ସେ କହିଛନ୍ତି, “ଆଜି ମୁଁ ବହୁତ ଖୁସି। ଏହି ବିଜୟର ସମସ୍ତ ଶ୍ରେୟ ମୁଁ ମୋର ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ଦେବି। ଦ୍ୱିତୀୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତୃତୀୟରେ ମୋ ମାଆ […]

sambit

Jyoshna Pradhan
  • Published: Friday, 24 May 2019
  • , Updated: 24 May 2019, 02:59 PM IST

ପାରାଦୀପ(ଓଡ଼ିଶା ରିପୋର୍ଟର): “ମୋ ବାପା ହାରିଗଲେ। ତେଣୁ ମୋତେ ବହୁତ ଦୁଃଖ ଲାଗିଲା। ହେଲେ ସେଠି ବିଜେଡି ଜିତିଲା। ସେଥିପାଇଁ ଖୁସି ଲାଗୁଛି।” ପାରାଦୀପ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସମ୍ୱିତ ରାଉତରାୟ ବିଜୟୀ ହେବା ପରେ ଏହି ବିବୃତି ଦେଇଛନ୍ତି।

ସେ କହିଛନ୍ତି, “ଆଜି ମୁଁ ବହୁତ ଖୁସି। ଏହି ବିଜୟର ସମସ୍ତ ଶ୍ରେୟ ମୁଁ ମୋର ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ଦେବି। ଦ୍ୱିତୀୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତୃତୀୟରେ ମୋ ମାଆ ଓ ବାପାଙ୍କୁ ଶ୍ରେୟ ଦେବି। ନିର୍ବାଚନ ସମୟରେ ନିଯୁକ୍ତିକୁ ନେଇ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାକୁ ଆମେ ପ୍ରାଧାନ୍ୟ ଦେବୁ। ଏହି ନିର୍ବାଚନ ଜିତିବା ନିଶ୍ଚିତ ଭାବେ କଷ୍ଟକର ଥିଲା। ପ୍ରଚାର ଲାଗି ସ୍ୱଳ୍ପ ସମୟ ଓ ମାଆଙ୍କ ଦେହାନ୍ତ ପରେ ବହୁତ ସମୟ ସେଠାରେ ଚାଲିଗଲା। ତଥାପି ମୋ’ ଦଳର କର୍ମୀମାନେ ମୋତେ ଅନେକ ସାହାଯ୍ୟ କରିଛନ୍ତି। ସମସ୍ତଙ୍କ ମନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଛନ୍ତି। ତେଣୁ ନିର୍ବାଚନ ଜିତିବାକୁ ଡର ନ ଥିଲା।”

ପିତା ଦାମୋଦର ରାଉତ ବିଜେପିରୁ ନିର୍ବାଚନ ଲଢ଼ି ହାରିଯାଇ ଥିବାରୁ ସେ ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ ସମ୍ବିତ୍‌।

“ବାପା ପୁଅ ପଛରେ ରହିବନି ତ ଆଉ କିଏ ରହିବ? ବାପାଙ୍କ ଚେଷ୍ଟା ଓ ପ୍ରଚେଷ୍ଟା ଯୋଗୁ ମୁଁ ବିଜୟୀ ହେଇଛି। ମୋ ବାପାଙ୍କ ଆଶୀର୍ବାଦରୁ ମୁଁ ବଳୀୟାନ। ଏଥିରେ ଭାବିବାର କିଛି ନାହିଁ।”

Related story