ଦାମନଯୋଡି: ଅନ୍ତର୍ଜାତୀୟ ଗୁଗଲ ମେଳାରେ ସଫଳତା ପାଇଥିବା ଶ୍ରୀସାଇ ଲଳିତାଙ୍କୁ ସମ୍ୱର୍ଦ୍ଧନା

ଜୟପୁର: ଅନ୍ତର୍ଜାତୀୟ ଗୁଗଲ ମେଳାରେ ସଫଳତା ପାଇଥିବା କୋରାପୁଟର ଶ୍ରୀସାଇ ଲଳିତା ପ୍ରାସିଦା ଶ୍ରୀପଦଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲାର ଦାମନଯୋଡି ଦିଲ୍ଲୀ ପବ୍ଲିକ ସ୍କୁଲରେ ଆଜି ସ୍କୁଲର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ସ୍କୁଲରେ ଭବ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା। ପ୍ରଥମ ଭାରତୀୟ ଛାତ୍ରୀ ଭାବେ ଲଳିତା କାଲିଫର୍ଣ୍ଣିଆସ୍ଥିତ ଷ୍ଟାନଫେ।ର୍ଡ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ବିଜ୍ଞାନମେଳାରେ ତାଙ୍କର ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଯାହା ବିଚାରକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଭାରତୀୟ ଛାତ୍ରୀ ଲଳିତାଙ୍କୁ କମ୍ୟୁନିଟି […]

srisai sripada

Rakesh Mallick
  • Published: Sunday, 27 September 2015
  • , Updated: 27 September 2015, 05:29 PM IST

ଜୟପୁର: ଅନ୍ତର୍ଜାତୀୟ ଗୁଗଲ ମେଳାରେ ସଫଳତା ପାଇଥିବା କୋରାପୁଟର ଶ୍ରୀସାଇ ଲଳିତା ପ୍ରାସିଦା ଶ୍ରୀପଦଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲାର ଦାମନଯୋଡି ଦିଲ୍ଲୀ ପବ୍ଲିକ ସ୍କୁଲରେ ଆଜି ସ୍କୁଲର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ସ୍କୁଲରେ ଭବ୍ୟ ସମ୍ୱର୍ଦ୍ଧନା

ଦିଆଯାଇଥିଲା। ପ୍ରଥମ ଭାରତୀୟ ଛାତ୍ରୀ ଭାବେ ଲଳିତା କାଲିଫର୍ଣ୍ଣିଆସ୍ଥିତ ଷ୍ଟାନଫେ।ର୍ଡ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ବିଜ୍ଞାନମେଳାରେ ତାଙ୍କର ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଯାହା ବିଚାରକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଭାରତୀୟ ଛାତ୍ରୀ ଲଳିତାଙ୍କୁ କମ୍ୟୁନିଟି ଇମ୍ପା ଆୱାର୍ଡ ପ୍ରଦାନ କରାଯିବା ସହ ପୁରସ୍କାର ଭାବେ ଲଳିତାଙ୍କୁ ଟ୍ରଫି, ୧୦ ହଜାର ଆମେରିକୀୟ ଡଲାର ପ୍ରଦାନ କରାଯାଇଛି। ଏହି ଗୁଗୁଲ ବିଜ୍ଞାନ ମେଳାରେ ଭାରତ ସମେତ ଅନ୍ୟ ଦେଶର ମୋଟ ୮୦ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ମକା ଶିଶା ଦ୍ୱାରା ଜଳ ବିଶୋଧନ ସମ୍ପର୍କିତ ପ୍ରକଳ୍ପ ଗୁଗଲ ବୈଜ୍ଞାନିକଙ୍କୁ ଆକୃଷ୍ଟ କରିଥିଲା।

Related story