ଡମ୍ପିଂୟାର୍ଡ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସ୍ଥାନାନ୍ତର ଦାବିରେ ବିଏମ୍‌ସି କାର୍ଯ୍ୟାଳୟ ଘେରିଲା କଂଗ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଦାରୁଠେଙ୍ଗଠାରେ ପ୍ରସ୍ତାବିତ ବର୍ଜ୍ୟବସ୍ତୁ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସ୍ଥାନାନ୍ତର ଦାବିରେ ଆଜି କଂଗ୍ରେସ ପକ୍ଷରୁ ବିଏମ୍‌ସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବସ୍ତି ବାସିନ୍ଦାଙ୍କ ଦୀର୍ଘ ଦିନର ବିରୋଧ ଓ ଆନ୍ଦୋଳନ ସତ୍ତ୍ୱେ ଭୁବନେଶ୍ୱର ମହାନଗର ନିଗମ ଏକପାଖିଆ ନିଷ୍ପତ୍ତି ନେଇଛି। ଏହାର ପ୍ରତିବାଦରେ କଂଗ୍ରେସ ଭବନଠାରୁ ଦଳୀୟ କର୍ମୀ ଏକ ବାଇକ୍‌ ରାଲିରେ ବାହାରି ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ ଦାରୁଠେଙ୍ଗ ବାସିନ୍ଦା ବି ସାମିଲ ହୋଇଥିଲେ। […]

congress

Rakesh Mallick
  • Published: Monday, 01 August 2016
  • , Updated: 02 August 2016, 04:36 PM IST

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଦାରୁଠେଙ୍ଗଠାରେ ପ୍ରସ୍ତାବିତ ବର୍ଜ୍ୟବସ୍ତୁ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସ୍ଥାନାନ୍ତର ଦାବିରେ ଆଜି କଂଗ୍ରେସ ପକ୍ଷରୁ ବିଏମ୍‌ସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବସ୍ତି ବାସିନ୍ଦାଙ୍କ ଦୀର୍ଘ ଦିନର ବିରୋଧ ଓ ଆନ୍ଦୋଳନ ସତ୍ତ୍ୱେ ଭୁବନେଶ୍ୱର ମହାନଗର ନିଗମ ଏକପାଖିଆ ନିଷ୍ପତ୍ତି ନେଇଛି। ଏହାର ପ୍ରତିବାଦରେ କଂଗ୍ରେସ ଭବନଠାରୁ ଦଳୀୟ କର୍ମୀ ଏକ ବାଇକ୍‌ ରାଲିରେ ବାହାରି ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ ଦାରୁଠେଙ୍ଗ ବାସିନ୍ଦା ବି ସାମିଲ ହୋଇଥିଲେ।

ଛାତ୍ର କଂଗ୍ରେସ ସଭାପତି ଇତିଶ୍‌ ପ୍ରଧାନ କହିଛନ୍ତି,“ ଅଳିଆ ଗଦା ହେବା ଦ୍ୱାରା ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି। ଡମ୍ପିଂୟାର୍ଡକୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରିବା ପାଇଁ ଆମେ ଦାବି କରିଛୁ। ଏହାସହ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ତୁଳସାଦେଇପୁରକୁ ସ୍ଥାନାନ୍ତର କରାଯାଉ। ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସ୍ଥାନାନ୍ତର କରା ନ ଗଲେ ଛାତ୍ର କଂଗ୍ରେସ ଲଢେଇ ଜାରି ରଖିବ।”

ସେ କହିଛନ୍ତି,“ ଛାତ୍ର ସମାଜ ସାଧାରଣ ଲୋକଙ୍କ ସହ ଅଛନ୍ତି। କେବେ ସୁଦ୍ଧା ଡମ୍ପିଂୟାର୍ଡ ସ୍ଥାନାନ୍ତର କରାଯିବ ସେ ନେଇ ସରକାର ନୋଟିସ୍ ଜାରି କରନ୍ତୁ।”

ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି,“କଂଗ୍ରେସ ଦଳ ଲୋକମାନଙ୍କୁ ଉସୁକାଇ ରାଜରାସ୍ତାକୁ ଆଣି ଅରାଜକତା ସୃଷ୍ଟି କରୁଛି। ସେଥିପାଇଁ ଓଡ଼ିଶାବାସୀ କ’ଣ ଭୁବନେଶ୍ୱରର ୧୨ ଲକ୍ଷ ଲୋକ କ୍ଷମା ଦେବେ ନାହିଁ। ଡମ୍ପିଂୟାର୍ଡ ହେବା ଦ୍ୱାରା ସମସ୍ତେ ଉପକୃତ ହେବେ।”

Related story