ମୁଁ ମାର୍କେଟ ରେଣ୍ଟ ଦେବି, ମତେ ରହିବାକୁ ଦିଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ନେତା, ମନ୍ତ୍ରୀଙ୍କୁ ଘର ଖାଲି କାରିବାକୁ ହୋଇଥିବା ନୋଟିସକୁ ନେଇ ରାଜ୍ୟ-ରାଜନୀତି ହଲଚଲ ହୋଇଛି। ବେଆଇନ ଭାବେ ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୫ ଜଣ ସାଂସଦଙ୍କ ସମେତ ମୋଟ ୨୬ ଜଣ ନେତାଙ୍କୁ ବିଧାନସଭା ପକ୍ଷରୁ ପୁଣିଥରେ ନୋଟିସ୍ ଜାରି ହୋଇଛି। ୩ ମାସ ମଧ୍ୟରେ ଦ୍ୱିତୀୟ ଥର ନିମନ୍ତେ ବିଧାନସଭା ପକ୍ଷରୁ ଏହି ନୋଟିସ୍ କରାଯାଇଥିବାବେଳେ ସମ୍ପୃକ୍ତ କ୍ୱାର୍ଟରଗୁଡ଼ିକୁ ବିଦ୍ୟୁତ୍ ଓ ପାଣି ସଂଯୋଗ ତୁରନ୍ତ ଛିନ୍ନ […]

578

Tapas Behera
  • Published: Tuesday, 17 September 2019
  • , Updated: 17 September 2019, 04:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ନେତା, ମନ୍ତ୍ରୀଙ୍କୁ ଘର ଖାଲି କାରିବାକୁ ହୋଇଥିବା ନୋଟିସକୁ ନେଇ ରାଜ୍ୟ-ରାଜନୀତି ହଲଚଲ ହୋଇଛି। ବେଆଇନ ଭାବେ ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୫ ଜଣ ସାଂସଦଙ୍କ ସମେତ ମୋଟ ୨୬ ଜଣ ନେତାଙ୍କୁ ବିଧାନସଭା ପକ୍ଷରୁ ପୁଣିଥରେ ନୋଟିସ୍ ଜାରି ହୋଇଛି।

୩ ମାସ ମଧ୍ୟରେ ଦ୍ୱିତୀୟ ଥର ନିମନ୍ତେ ବିଧାନସଭା ପକ୍ଷରୁ ଏହି ନୋଟିସ୍ କରାଯାଇଥିବାବେଳେ ସମ୍ପୃକ୍ତ କ୍ୱାର୍ଟରଗୁଡ଼ିକୁ ବିଦ୍ୟୁତ୍ ଓ ପାଣି ସଂଯୋଗ ତୁରନ୍ତ ଛିନ୍ନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ନୋଟିସ୍‌ର ଜବାବରେ ସରକାରଙ୍କ ବିରୋଧରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଦେବାଶିଷ୍ ନାୟକ ନିଜର ଅସନ୍ତୋଷ ଝାଡ଼ିଛନ୍ତି।

ସେହିପରି ଏ ବାବଦରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଦାମୋଦର ରାଉତ୍‌ ମଧ୍ୟ ନିଜ ମତ ରଖିଛନ୍ତି। ଏ ସମ୍ପର୍କରେ ଦାମ ରାଉତ୍‌ କହିଛନ୍ତି ପୂର୍ବରୁ ବର୍ଷ ବର୍ଷ ଧରି ସାଂସଦମାନେ କ୍ୱାର୍ଟର ଛାଡ଼ୁ ନଥିଲେ। ମୟୁରଭଞ୍ଜର ଜଣେ ଓକିଲ ସୁପ୍ରିମକୋର୍ଟରେ ଏନେଇ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ତରବର ହୋଇ ସମେସ୍ତେ କ୍ୱାର୍ଟର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ତେଣୁ ନିୟମ ଅନୁଯାୟୀ କ୍ୱାର୍ଟର ଛାଡ଼ିବା ଉଚିତ୍‌। ମତେ ବି କ୍ୱାର୍ଟର ଛାଡ଼ିବାକୁ ନୋଟିସ୍‌ ହୋଇଥିଲା।

ମୁଁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲି। ମୋ ପତ୍ନୀଙ୍କ ଦେହାନ୍ତ ହୋଇଯାଇଥିଲା। ତାଙ୍କର ଅସ୍ତିଟି ଏଠି ରଖାଯାଇଛି। ତାକୁ ନେଇ ଗଙ୍ଗାରେ ବିଷର୍ଜନ ଦିଆଯିବା କଥା। କିନ୍ତୁ ଦିଆଯାଇ ନାହିଁ। ତେଣୁ ଏଥିପାଇଁ ମୁଁ ଲେଖିକରି ଦେଇଥିଲି। ଏବଂ କିଛି ସମୟ ମାଗିଥିଲି। ଯଦି ଆବଶ୍ୟକ ପଡ଼େ ମୁଁ ପଛେ ମାର୍କେଟ ରେଣ୍ଟ ଦେବି ମତେ ଆଉ କିଛିଦିନ ରହିବା ପାଇଁ ଅନୁମତି ଦିଆଯାଉ । ସେ ମତେ ଆଉ ଚାରିମାସ ରହିବା ପାଇଁ ଅନୁମିତି ଦେଇଛନ୍ତି ବୋଲି ଦାମୋଦାର ରାଉତ୍‌ କହିଛନ୍ତି।

Related story