ଏ ସବୁ ସ୍ଥାନ ଡେଞ୍ଜର ଜୋନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ହାଟ ପାଲଟୁଛି ହଟସ୍ପଟ୍। ମାଲଗୋଦାମ ସଂଲଗ୍ନ ସାହି ପାଲଟୁଛି ସୁପରସ୍ପ୍ରେଡର । କଟକ-ଭୁବନେଶ୍ୱରରେ ତ ଏମିତି ଅନେକ ସ୍ଥାନରେ କରୋନାର ଦୃତ ସଂକ୍ରମଣ ସ୍ଥିତି ଦେଖି ଖାଲି ଗ୍ରାହକ କାହିଁକି, ବ୍ୟବସାୟୀ ସଂଘ ବି ଛାନିଆ। ବେଲଗାମ୍ ସଂକ୍ରମଣ ରୋକିବାକୁ ପ୍ରଶାସନ ଥଳକୂଳ ପାଉନି । ୟା ପଛରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଯେଉଁ ସବୁ କାରଣ ଦର୍ଶାଇଛନ୍ତି, ତାହା ଯଦି ପାଳନ ନହୁଏ ଆଗକୁ ସ୍ଥିତି ସାଂଘାତିକ ହେବ । କଟକର ବେହେରା ସାହି […]

700-gbn

Tapas Behera
  • Published: Thursday, 06 August 2020
  • , Updated: 06 August 2020, 08:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ହାଟ ପାଲଟୁଛି ହଟସ୍ପଟ୍। ମାଲଗୋଦାମ ସଂଲଗ୍ନ ସାହି ପାଲଟୁଛି ସୁପରସ୍ପ୍ରେଡର । କଟକ-ଭୁବନେଶ୍ୱରରେ ତ ଏମିତି ଅନେକ ସ୍ଥାନରେ କରୋନାର ଦୃତ ସଂକ୍ରମଣ ସ୍ଥିତି ଦେଖି ଖାଲି ଗ୍ରାହକ କାହିଁକି, ବ୍ୟବସାୟୀ ସଂଘ ବି ଛାନିଆ। ବେଲଗାମ୍ ସଂକ୍ରମଣ ରୋକିବାକୁ ପ୍ରଶାସନ ଥଳକୂଳ ପାଉନି । ୟା ପଛରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଯେଉଁ ସବୁ କାରଣ ଦର୍ଶାଇଛନ୍ତି, ତାହା ଯଦି ପାଳନ ନହୁଏ ଆଗକୁ ସ୍ଥିତି ସାଂଘାତିକ ହେବ ।

କଟକର ବେହେରା ସାହି ନାଁ ଶୁଣିଲେ ଲୋକେ ଛାନିଆରେ ଛାତିରେ ଛେପ ପକେଇ ଦେଉଛନ୍ତି । ମାଲଗୋଦାମରୁ ଜିନିଷ କିଣିବାର ଥିଲେ,  ଯିବାକୁ ଶହେ ଥର ଭାବୁଛନ୍ତି । କାରଣ ଏଇ ମାଲଗୋଦାମକୁ ଲାଗିଥିବା ବେହେରା ସାହି ବସ୍ତି ପାଲଟିଛି କରୋନାର ନୂଆ ହଟସ୍ପଟ୍ । ଏଠି ସାଲୁବାଲୁ  କୋଭିଡ୍ ପଜିଟିଭ୍ । ଗତକାଲି ଏଇଠୁ ଏକାଥରକେ ଚିହ୍ନଟ ହୋଇଛନ୍ତି ୧୧୨ ନୂଆ ସଂକ୍ରମିତ । ଅଗଷ୍ଟ ୧ରେ ମାତ୍ର ୧୪ ଜଣ ଚିହ୍ନଟ ହୋଇଥିବାବେଳେ ୨ରେ ୨୨, ୩ରେ ୫୭, ୪ରେ ୨୮ଜଣଙ୍କୁ ମିଶାଇ ସପ୍ତାହକରେ ସଂଖ୍ୟା ୨୩୩ ପହଞ୍ଚିଲାଣି । ଏଣେ କୋଭିଡ୍ ସଂକ୍ରମଣର ଏ ଘୋଡ଼ା ଦୌଡ଼ ଦେଖି ସିଏମ୍ସିର ଅକଲ ଗୁଡୁମ୍ । କେମିତି ସଂକ୍ରମଣରେ ଦେବ ବ୍ରେକ୍, ଥଳକୂଳ ପାଉନି । ଏତେ ସଂଖ୍ୟାରେ ପଜିଟିଭ୍ ବାହାରିବା ପରେ ମାଲଗୋଦାମ ବ୍ୟବସାୟୀ ସଂଘ ଓ ଗ୍ରାହକ ବି ଛାନିଆ। ଅଭିଯୋଗ ହେଉଛି, ସିଏମ୍ସି ଟେଷ୍ଟିଂରେ ବିଳମ୍ବ କରିବାରୁ ଏଭଳି ବିସ୍ଫୋରକ ସ୍ଥିତି ସୃଷ୍ଟି ହେଲା ତାସହ ପରିମଳ ବ୍ୟବସ୍ଥା ବି ସେଠି ସାଂଘାତିକ।

କଟକ ଭଳି ରାଜଧାନୀ ଭୁବନେଶ୍ୱରରେ ବି କରୋନା ହଟସ୍ପଟ ପାଲଟିଥିବା ହାଟ ଓ ବ୍ୟବସାୟିକ ପ୍ରତିଷ୍ଠାନଙ୍କ ସଂଖ୍ୟା ବି କମ୍ ନୁହେଁ । ଆଇଗିଣିଆ ଆଳୁଗଦି ହେଉ କି ୪ ନମ୍ବର ମାଛ ମାର୍କେଟ, ସବୁଠୁ ବାହାରିଲେଣି ପୁଳା ପୁଳା ସଂକ୍ରମିତ । ଜୁଲାଇ ଆରମ୍ଭରୁ ଅଦ୍ୟାବଧି-ହଟସ୍ପଟ ଆଇଗିଣିଆ ଆଅଳୁଗଦିରୁ ୬୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୪ ନମ୍ବର ମାଛ ମାର୍କେଟରୁ ୩୦ ଓ ୧ ନମ୍ବର ହାଟରୁ ୬ଜଣ ସଂକ୍ରମିତ ବାହାରି ସାରିଛନ୍ତି ।

ତେବେ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲା ମଞ୍ଚେଶ୍ୱରର ଏକ ସୁପରସ୍ପ୍ରେଡର ଅଟା କଳ । ଯେଉଁଠୁ କେବଳ ବାହାରିଥିଲେ ୬୮ ପଜିଟିଭ୍। ରାଜ୍ୟରେ ବ୍ୟବସାୟିକ ପେଣ୍ଠସ୍ଥଳ ଭାବେ ବ୍ରହ୍ମପୁରର ଆମ୍ବ ବଜାରରୁ ପ୍ରଥମେ ଚିହ୍ନଟ ହୋଇଥିଲେ କରୋନା ସଂକ୍ରମିତ । ତେବେ ପରେ ଅବଶ୍ୟ ସେଠି କାବୁକୁ ଆସିଥିଲା । ହେଲେ କରୋନାର ଏ ଲମ୍ବ ଡିଆଁ  ଦେଖି ବ୍ୟବସାୟୀ ସଂଘ ବି ଟେନ୍‌ସନରେ।

ଏଠି ପ୍ରଶ୍ନ କାହିଁକି ହାଟ ବଜାର ପାଲଟୁଛି କରୋନା ହଟ୍‌ସ୍ପଟ ? ବିଶେଷଜ୍ଞଙ୍କ ମତରେ ବିଭିନ୍ନ ଆଡ଼ୁ ଲୋକମାନେ କିଣା ବିକା ପାଇଁ ହାଟକୁ ଆସୁଥିବାରୁ ଏହା ସଂକ୍ରମଣର ଶ୍ରେଷ୍ଠ ସ୍ଥାନ । ତେଣୁ ସେଠାରେ ନିହାତି ଭାବେ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ଥର୍ମାଲ ସ୍କ୍ରିନିଂ ହେବା ଉଚିତ୍। ଯେଉଁମାନେ ସାମାନ୍ୟତମ କରୋନା ଲକ୍ଷଣ ଅନୁଭବ କରନ୍ତି, ସେମାନେ ମାର୍କେଟ ନଆସିବା ଉଚିତ୍ । ମାସ୍କ ପିନ୍ଧିବା ସହ ସେସିଆଲ୍ ଡିଷ୍ଟାନସିଂ ପାଳନ ନିହାତି ଜରୁରୀ।

Related story