ପ୍ରଚଣ୍ଡ ଶବ୍ଦରେ ଥରିଲା ବାଲେଶ୍ୱର!

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ସହର ଓ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି। ଏହାର ପ୍ରଭାବରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ପ୍ରଚଣ୍ଡ ଶବ୍ଦ ଓ ଭୂକମ୍ପର କାରଣ ଜଣାପଡ଼ି ନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଲୋକମାନେ ଘରୁ ବାହାରି ଆସିଥିବା ଦେଖିବାକୁ ମିଳିଛି। ୧୫ ଦିନ ତଳେ ଏପରି ପ୍ରଚଣ୍ଡ ଶବ୍ଦ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ଶୁଣିବାକୁ ମିଳିଥିଲା। ଏହାର ପ୍ରଭାବରେ […]

balasore

Manoranjan Sial
  • Published: Friday, 25 December 2020
  • , Updated: 25 December 2020, 03:24 PM IST

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ସହର ଓ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି। ଏହାର ପ୍ରଭାବରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ପ୍ରଚଣ୍ଡ ଶବ୍ଦ ଓ ଭୂକମ୍ପର କାରଣ ଜଣାପଡ଼ି ନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଲୋକମାନେ ଘରୁ ବାହାରି ଆସିଥିବା ଦେଖିବାକୁ ମିଳିଛି।

୧୫ ଦିନ ତଳେ ଏପରି ପ୍ରଚଣ୍ଡ ଶବ୍ଦ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ଶୁଣିବାକୁ ମିଳିଥିଲା। ଏହାର ପ୍ରଭାବରେ ନୀଳଗିରି, ବାଲେଶ୍ୱର ଟାଉନ୍‌, ବାରିପଦା ଟାଉନ୍‌ ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୁତ ହୋଇଥିଲା। ତେବେ ଏହାର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଜଣାପଡ଼ିନଥିଲା।

Related story