ଆହୁରି ୩ ଦିନ ସିଝିବ ୧୭ ଜିଲ୍ଲା

ଭୁବନେଶ୍ୱରଓଡ଼ିଶା ରିପୋର୍ଟର):ଆଜି ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆକାଶରୁ ଅଗ୍ନି ବର୍ଷା ହୋଇଥିଲା। ଏମିତି କିଛି ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ତେବେ ୧୭ଟି ଜିଲ୍ଲାରେ ଆଜିଠୁ ୩ ଦିନ ଯାଏଁ ହିଟ୍‌ୱେଭ୍ କଣ୍ଡିସନ୍ ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା, […]

bvv-1

Tapas Behera
  • Published: Wednesday, 12 June 2019
  • , Updated: 12 June 2019, 03:56 PM IST

ଭୁବନେଶ୍ୱରଓଡ଼ିଶା ରିପୋର୍ଟର):ଆଜି ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ଟା ପର୍ଯ୍ୟନ୍ତ ଆକାଶରୁ ଅଗ୍ନି ବର୍ଷା ହୋଇଥିଲା। ଏମିତି କିଛି ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ତେବେ ୧୭ଟି ଜିଲ୍ଲାରେ ଆଜିଠୁ ୩ ଦିନ ଯାଏଁ ହିଟ୍‌ୱେଭ୍ କଣ୍ଡିସନ୍ ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ସେହି ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା ଓ ଭଦ୍ରକ ।

ସେହିପରି ସାରା ରାଜ୍ୟରେ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତାସହ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆଜି ତାପମାତ୍ରା ୪୫ ଡିଗ୍ରୀ ଟପିବା ଆଶଙ୍କା ରହିଛି।

Related story