ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ଜି ଉଦୟଗିରି ବିଜେଡି ବିଧାୟକ ସାଲୁଗା ପ୍ରଧାନ ସରକାରୀ ଜମିରେ ବେଆଇନ କୋଠା ନିର୍ମାଣକୁ ବିରୋଧ ନେଇ କଂଗ୍ରେସ ତରଫରୁ ଆଜି ୧୧ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦିଆଯାଇଛି । ଏହା ପ୍ରଭାବରେ ଦାରିଙ୍ଗବାଡ଼ିରେ ଦୋକାନ ବଜାର ସମେତ ଗାଡି ଚଳାଚଳ ବନ୍ଦ ରହିଛି ।
କଂଗ୍ରେସ କର୍ମୀ ଚାରି ଛକରେ ବିଜେଡି ବିଧାୟକ ସାଲୁଗା ପ୍ରଧାନଙ୍କ ବିରୋଧରେ ନାରବାଜି କରିବା ସହ ବେଆଇନ କୋଠା ନିର୍ମାଣ କରିଥିବା ବିଧାୟକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । କଂଗ୍ରେସର ବନ୍ଦ ଡାକରାକୁ ଆଖି ଆଗରେ ରଖି ଦାରିଙ୍ଗବାଡ଼ିରେ ପୁଲିସ୍ ତରଫରୁ 2 ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି ! ଏମିତି କି ବେଆଇନ କୋଠା ସ୍ଥଳରେ ମଧ୍ୟ ପୋଲିସ ତରଫରୁ ଫୋର୍ସ ଜଗି ରହିଛନ୍ତି ।