ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେଲା ଦୁର୍ଦ୍ଦାନ୍ତ ନକ୍ସଲ

ମାଲକାନଗିରି (ଜିତେନ୍ଦ୍ର ବେଉରା): ନକ୍ସଲଙ୍କୁ ଲାଗିଛି ଏକ ବିରାଟ୍‌ ଧକ୍କା। ଲାଲ୍‌ ଗଡ଼ ଛାଡ଼ି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ୍‌ ହୋଇଛନ୍ତି ଛତିଶଗଡ଼ ସୀମାନ୍ତ ଦରଭା ଡିଭିଜନର ନକ୍ସଲ ଏରିଆ କମିଟି ସେକ୍ରେଟାରୀ କମଳୁ ବେଟ୍ଟି। ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଆଜି ଦକ୍ଷିଣାଞ୍ଚଳ ଡିଆଇଜି ସଫନ ଅହମ୍ମଦ କେ, ବିଏସ୍ଏଫ୍ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଓ ଏସ୍‌ପି ରିଷିକେଶ ଖିଲାରୀଙ୍କ ସମ୍ମୁଖରେ ଆତ୍ମସପର୍ଣ କରିଛନ୍ତି। କମଳୁ ସଂଗଠନରେ ହେଉଥିବା ଭେଦଭାବ, […]

naxal

Manoranjan Sial
  • Published: Tuesday, 25 February 2020
  • , Updated: 25 February 2020, 06:05 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ନକ୍ସଲଙ୍କୁ ଲାଗିଛି ଏକ ବିରାଟ୍‌ ଧକ୍କା। ଲାଲ୍‌ ଗଡ଼ ଛାଡ଼ି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ୍‌ ହୋଇଛନ୍ତି ଛତିଶଗଡ଼ ସୀମାନ୍ତ ଦରଭା ଡିଭିଜନର ନକ୍ସଲ ଏରିଆ କମିଟି ସେକ୍ରେଟାରୀ କମଳୁ ବେଟ୍ଟି। ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଆଜି ଦକ୍ଷିଣାଞ୍ଚଳ ଡିଆଇଜି ସଫନ ଅହମ୍ମଦ କେ, ବିଏସ୍ଏଫ୍ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଓ ଏସ୍‌ପି ରିଷିକେଶ ଖିଲାରୀଙ୍କ ସମ୍ମୁଖରେ ଆତ୍ମସପର୍ଣ କରିଛନ୍ତି।

କମଳୁ ସଂଗଠନରେ ହେଉଥିବା ଭେଦଭାବ, ନିର୍ଯାତନା ଓ ନିରୀହ ଆଦିବାସୀଙ୍କୁ ହତ୍ୟା କରିବା ଭଳି ଘଟଣାରେ ମର୍ମାହତ ହୋଇ ଆତ୍ମସମର୍ପଣ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। କମଳୁ ନାଁରେ ୮ଟି ମାମଲା ରୁଜୁ ହୋଇଥିବାବେଳେ ସରକାର ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ପ୍ରଶାସନ ପକ୍ଷରୁ କମଳୁକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବା ସହିତ ଆତ୍ମନିର୍ଭରଶୀଳ ହେବା ପାଇଁ ତାଲିମ ମଧ୍ୟ ପ୍ରଦାନ କରାଯିବ ବୋଲି ପୁଲିସ କହିଛି।

Related story