ଥଣ୍ଡାରେ ଥରିଲାଣି ଦାରିଙ୍ଗବାଡ଼ି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ରାତ୍ରକାଳୀନ ତାପମାତ୍ରା କମ୍‌ ରହିଛି। ୧୦ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହରରେ ପରିଣତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। #Weather briefing(In Odia) by Scientist-C: Umasankar Das for next five days, […]

COLD

Manoranjan Sial
  • Published: Monday, 08 November 2021
  • , Updated: 08 November 2021, 09:57 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ରାତ୍ରକାଳୀନ ତାପମାତ୍ରା କମ୍‌ ରହିଛି। ୧୦ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହରରେ ପରିଣତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

https://twitter.com/mcbbsr/status/1457644525086597125?s=20

ରାଜ୍ୟର ୮ଟି ସହରର ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ୧୧.୫ ଡିଗ୍ରୀ, କୋରାପୁଟରେ ୧୨ ଡିଗ୍ରୀ, କେନ୍ଦୁଝରରେ ୧୩ ଡିଗ୍ରୀ, ଭବାନୀପାଟଣାରେ ୧୪.୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୪.୨ ଡିଗ୍ରୀ, ଟିଟିଲାଗଡ଼ରେ ୧୪.୮ ଡିଗ୍ରୀ, ସୋନପୁର ତାପମାତ୍ରା ୧୪.୮ ଡିଗ୍ରୀ ରହିଛି। ସେହିପରି ବାଲେଶ୍ୱରରେ ୧୭.୬ ଡିଗ୍ରୀ, ଚାନ୍ଦବାଲିରେ ୧୬.୮ ଡିଗ୍ରୀ, ପାରାଦୀପରେ ୧୯.୨ ଡିଗ୍ରୀ, ଗୋପାଳପୁରରେ ୧୯.୬ ଡିଗ୍ରୀ, ଅନୁଗୋଳରେ ୧୬.୦ ଡିଗ୍ରୀ, ବାରିପଦାରେ ୧୬.୮ଡିଗ୍ରୀ, କେନ୍ଦୁଝରରେ ୧୩.୫ ଡିଗ୍ରୀ, ସମ୍ୱଲପୁରରେ ୧୬.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୧୮.୫ଡିଗ୍ରୀ, ହୀରାପୁଦରେ ୧୬.୨ ଡିଗ୍ରୀ, ତାଳଚେରରେ ୧୭.୦ ଡିଗ୍ରୀ, ମାଲକାନଗିରିରେ ୧୫.୫ ଡିଗ୍ରୀ, ନୟାଗଡ଼ର ତାପମାତ୍ର ୧୬.୫ ଡିଗ୍ରୀ ରହିଛି। ଠିକ୍‌ ସେହିପରି ଭୁବନେଶ୍ୱର ୧୭.୪ ଓ କଟକର ରାତ୍ରି ତାପମାତ୍ରା ୧୭ ଡିଗ୍ରୀ ରହିଛି।

ଶ୍ରୀ ଦାସଙ୍କ କହିବା ଅନୁସାରେ ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗର ପ୍ରଭାବ ନାହିଁ। ତେଣୁ ଆଗାମୀ ଦୁଇ ଦିନ ଯାଏଁ ପାଗ ଶୁଖିଲା ରହିବ। ଦୁଇରୁ ତିନି ଦିନ ପରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ। ଏହାର ପ୍ରଭାବରେ ପୂର୍ବ ଦିଗରୁ ଉଷ୍ମ ଓ ଆଦ୍ର ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ। ରାତିରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବାର ଆଶଙ୍କା ରହିଛି। ଏଥି ସହିତ କେତେକ ଅଞ୍ଚଳରେ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି। ଠିକ୍‌ ସେହିପରି ୧୦ ଓ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାରେ କେତେକ ଜିଲ୍ଲାରେ ହାଲ୍‌କା ବର୍ଷା ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।

https://twitter.com/mcbbsr/status/1457564482893352963?s=20

Related story