ବିଦାୟ ନେବେ ମା’, ଆଜି ଭସାଣ ଉତ୍ସବ

କଟକ(ଓଡ଼ିଶା ରିପୋର୍ଟର): ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା । ଏବେ ବିଦାୟ ନେବେ ମା’ ।  ବାଜା ବାଣ ପଟୁଆରରେ ଅନୁଷ୍ଠିତ ହେବ ଭସାଣ ଉତ୍ସବ । ଏଥିପାଇଁ ଚାଲିଛି ପ୍ରସ୍ତୁତି। ଗତ ରାତିରୁ କଟକର କିଛି ସ୍ଥାନରେ ଆରମ୍ଭ ହୋଇଛି ଭସାଣ ଉତ୍ସବ।  ଆଜି ବାକି ସବୁ ସ୍ଥାନରେ ଭସାଣ ଉତ୍ସବ ହେବ । ଏଥିପାଇଁ କଟକରେ ୫୭ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବାକୁ ଥିବାବେଳେ ୩୦୦ ଅଫିସର, ୪ ଅତିରିକ୍ତ […]

bhasani-.11

Niharika Rout
  • Published: Wednesday, 09 October 2019
  • , Updated: 09 October 2019, 10:22 AM IST

କଟକ(ଓଡ଼ିଶା ରିପୋର୍ଟର): ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା । ଏବେ ବିଦାୟ ନେବେ ମା’ ।  ବାଜା ବାଣ ପଟୁଆରରେ ଅନୁଷ୍ଠିତ ହେବ ଭସାଣ ଉତ୍ସବ । ଏଥିପାଇଁ ଚାଲିଛି ପ୍ରସ୍ତୁତି। ଗତ ରାତିରୁ କଟକର କିଛି ସ୍ଥାନରେ ଆରମ୍ଭ ହୋଇଛି ଭସାଣ ଉତ୍ସବ।  ଆଜି ବାକି ସବୁ ସ୍ଥାନରେ ଭସାଣ ଉତ୍ସବ ହେବ ।

ଏଥିପାଇଁ କଟକରେ ୫୭ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବାକୁ ଥିବାବେଳେ ୩୦୦ ଅଫିସର, ୪ ଅତିରିକ୍ତ ଡିସିପିଙ୍କ ସହ ରାପିଡ ଆକ୍ସନ ଫୋର୍ସ, ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ରାସ୍ତାରେ ସିସିଟିଭି ଲଗାଯିବା ସହ ଦିନ ୧୧ଟା ପରେ ମେଢ ଯାଉଥିବା ରାସ୍ତାରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏଥିନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜଧାନୀର ତିନିଟି ସ୍ଥାନରେ ଭସାଣ ଶୋଭାଯାତ୍ରା ଅନୁଷ୍ଠିତ ହେବ । ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ନୟାପଲ୍ଲୀ ପଡିଆରେ ୨୦ଟି ମେଢ ଏକାଠି ହେବେ । ସେଠାରୁ ହିଁ ଭସାଣ ଉତ୍ସବ ଆରମ୍ଭ ହେବ। ସେହିପରି ସହିଦ ନଗର ପଡିଆ ଓ ଚନ୍ଦ୍ରଶେଖରପୁର ଆରଟିଓ ପଡିଆରେ ବିଭିନ୍ନ ମୂର୍ତ୍ତି ଏକାଠି ହେବା ପରେ ଭସାଣ ଉତ୍ସବ ଆରମ୍ଭ ହେବ। ଧାଡ଼ି ଶୋଭାଯାତ୍ରା ପାଇଁ ପୁଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି  ।

Related story