ପୁରୀ(ଓଡ଼ିଶା ରିପୋର୍ଟର): ବ୍ରହ୍ମାଣ୍ଡକର୍ତ୍ତା ଦାରୁବ୍ରହ୍ମଙ୍କ ଶରୀର ସଂପୂର୍ଣ୍ଣ ସୁସ୍ଥ ପାଇଁ ରାଜବୈଦଙ୍କ ଦ୍ୱାରା ଦଶମୂଳ ମୋଦକ ପ୍ରସ୍ତତ କରାଯାଇଛି । ଏହାକୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପ୍ରଦାନ କରିଛନ୍ତି ରାଜବୈଦ୍ୟ । ଶାଳପର୍ଣ୍ଣି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଅଗବଥ, ଗୋଖରା, ନବାଙ୍କଡି ଆଦିକୁ ଚୁର୍ଣ୍ଣ କରି ସେଥିରେ ଖୁଆ, ଘିଅ, ମହୁ, ଭାଙ୍ଗ, ନବାତରେ ଗୋଳେଇ ମୋଦକ ପ୍ରସ୍ତୁତ କରାଯାଇଛିା
ଗଜପତିଙ୍କ ନିର୍ଦ୍ଦେଶ ଅନୁସାରେ ତୁରନ୍ତ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଶରୀର ସୁସ୍ଥ ପାଇଁ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇଛି । ଅଣବସର ଗୃହରେ ଦଇତାପତି ସେବକମାନେ କରୁଛନ୍ତି ଗୁପ୍ତ ସେବା । ଦଶମୀରେ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୃତ ଦଶମୂଳ ମୋଦକ ଏକାଦଶୀରେ ସେବନ କରିବେ ଆଉ ସଂପୂର୍ଣ୍ଣ ସୁସ୍ଥ ହେବେ ଚତର୍ଦ୍ଧାମୂର୍ତ୍ତୀ।
ଦୁଇଦିନ ଧରି ଦଶମୀ ରହିଥିବାରୁ ଗତକାଲି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୃତ ଦଶମୂଳମୋଦକ ଶ୍ରୀମନ୍ଦିରକୁ ଆସିଛି । ଆସନ୍ତାକାଲି ଏହା ପ୍ରଦାନ କରାଯିବ ଏବଂ ମହାପ୍ରଭୁ ସୁସ୍ଥ ହେବେ। ସେପଟେ ଆଜି ଶ୍ରୀଜିଉଙ୍କ ଚକାବିଜେ ନୀତି ସମ୍ପନ୍ନ ହେବ।