ରାସ୍ତା କଡ଼ରେ ମାଆର ଶବକୁ ଦେଖି ଆଖି ବୁଲାଇଦେଲା ଝିଅ!

ନୀଳଗିରି (ବିଶ୍ୱମ୍ଭର ଦାସ): ବାର୍ଦ୍ଧକ୍ୟ ବେଳେ ପୋଷିଲେନି, ମଲା ପରେ ସତ୍କାର କରିବାକୁ ନେଲେନି। ଦୀର୍ଘ ସମୟ ଧରି ରାସ୍ତା କଡ଼ରେ ପଡ଼ିରହିଲା ଜନ୍ମଦାତ୍ରୀଙ୍କ ମର ଶରୀର। ପୁଲିସ ବୁଝାସୁଝା କରିବା ପରେ ଝିଅ ନିଜ ମାଆର ଅନ୍ତିମ ସଂସ୍କାର କରିଛନ୍ତି। ମହାମାରୀ କରୋନା ବେଳେ ଏପରି ଏକ ଦୁଃଖଦ ଖବର ଆସିଛି ବାଲେଶ୍ୱର ଜିଲ୍ଲାରୁ। ନୀଳଗିରି ଟାଉନ୍‌ରେ ବାସ କରନ୍ତି ପମା ମୁର୍ମୁ। ପରିବାର କହିଲେ ଏକମାତ୍ର ଝିଅ ଟୁକୁନୁ। ବହୁ କଷ୍ଟରେ ଝିଅ ବାହାଘର […]

Nilagiri

Manoranjan Sial
  • Published: Saturday, 17 July 2021
  • , Updated: 17 July 2021, 10:01 PM IST

ନୀଳଗିରି (ବିଶ୍ୱମ୍ଭର ଦାସ): ବାର୍ଦ୍ଧକ୍ୟ ବେଳେ ପୋଷିଲେନି, ମଲା ପରେ ସତ୍କାର କରିବାକୁ ନେଲେନି। ଦୀର୍ଘ ସମୟ ଧରି ରାସ୍ତା କଡ଼ରେ ପଡ଼ିରହିଲା ଜନ୍ମଦାତ୍ରୀଙ୍କ ମର ଶରୀର। ପୁଲିସ ବୁଝାସୁଝା କରିବା ପରେ ଝିଅ ନିଜ ମାଆର ଅନ୍ତିମ ସଂସ୍କାର କରିଛନ୍ତି। ମହାମାରୀ କରୋନା ବେଳେ ଏପରି ଏକ ଦୁଃଖଦ ଖବର ଆସିଛି ବାଲେଶ୍ୱର ଜିଲ୍ଲାରୁ।

ନୀଳଗିରି ଟାଉନ୍‌ରେ ବାସ କରନ୍ତି ପମା ମୁର୍ମୁ। ପରିବାର କହିଲେ ଏକମାତ୍ର ଝିଅ ଟୁକୁନୁ। ବହୁ କଷ୍ଟରେ ଝିଅ ବାହାଘର କରାଇଥିଲେ। ଝିଅ ବାହା ହେବା ପରେ ଅସହାୟ ହୋଇ ପଡ଼ିଥିଲେ ପମା। ସେଥିପାଇଁ ନୀଳଗିରି ଟାଉନ୍‌ରେ ମାଗି ଜାଚି ଚଳୁଥିଲେ। ପ୍ରତିଦିନ ଏଗଳି ସେ ଗଳି ବୁଲି ମାଗିଯାଚି ଖାଇ ବଞ୍ଚନ୍ତି। ଆଜି କିନ୍ତୁ ତାଙ୍କୁ ଟାଉନ୍‌ରେ ଦେଖିବାକୁ ମିଳୁନଥିଲା।

ତେଣୁ ଖାଇବାକୁ ନପାଇ ପମା ଆଜି ଉପଜିଲ୍ଲାପାଳଙ୍କ ଅଫିସ୍‌ ଗେଟ୍‌ଠାରୁ ୧୦ ମିଟର ଦୂର ଦୁର୍ଗାମଣ୍ଡପ ରାସ୍ତା ପାଖରେ ଶୋଇ ଥିଲେ। ସେହି ରାସ୍ତା ଦେଇ ସମସ୍ତେ ଯା,ଆସ କରୁଛନ୍ତି। ମାତ୍ର ତାଙ୍କ ଉପରେ କାହାର ନଜର ପଡ଼ୁନାହିଁ। ଏପରିକି କେହି ତାଙ୍କୁ ଡାକି ନଥିଲେ। କିନ୍ତୁ ଏହାରି ଭିତରେ ପମାଙ୍କ ଶରୀର ଶାନ୍ତ ପଡ଼ି ଯାଇଥିଲା। କେତେବେଳୁ ତାଙ୍କ ଶରୀରୁ ପ୍ରାଣବାୟୁ ଉଡି ଯାଇଥିଲା, କେହି ଜାଣିନଥିଲେ।

ସେପଟେ ଶନିବାର ମାର୍କେଟ୍‌ ବନ୍ଦ ଥିବା ମାଆକୁ ଖୋଜି ଖୋଜି ଝିଅ ଟୁକୁନୁ ତାଙ୍କ ପାଖରେ ପହଞ୍ଚିଥିଲେ। କିନ୍ତୁ ଦେଖିବାକୁ ପାଇଲେ ମାଆର ମୃତଦେହ। କନ୍ତୁ ଜନ୍ମଦାତ୍ରୀଙ୍କୁ ଅନ୍ତିମ ସଂସ୍କାର କରିବା ପାଇଁ ନେଲେ ନାହିଁ। ମାଆର ମରଶରୀରକୁ ରାସ୍ତା ପାଖରେ ଛାଡ଼ି ପଳାଇଗଲା ଏକମାତ୍ର ଝିଅ। ଦୀର୍ଘ ସମୟ ଧରି ରାସ୍ତା ପାର୍ଶ୍ୱରେ ସେମିତି ପଡ଼ିରହିଲା ମୃତଦେହ। ମାଛି ଭଣ ଭଣ ଶବ୍ଦ ଶୁଣି ଓଡ଼ିଶା ରିପୋର୍ଟର ପ୍ରତିନିଧି ବିଶ୍ୱମ୍ଭର ଦାସ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କୁ ଜଣାଇଥିଲେ। ପରେ ଉପଜିଲ୍ଲାପାଳ ଏନେଇ ନୀଳଗିରି ଥାନାକୁ ଖବର ଦେଇଥିଲେ। ଏହା ପରେ ପୁଲିସ ଶବ ସତ୍କାର ପାଇଁ ଟୁକୁନୁଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ତା’ପରେ ଟୁକୁନୁ ମାଧ୍ୟମରେ ତାଙ୍କ ମାଆ ଅନ୍ତିମ ସଂସ୍କାର କରିଥିଲେ।

Related story