ପ୍ରେମ ବିବାହ କରିଥିଲେ, ଏବେ ଗୋତ୍ରକୁ ଆଣିବାକୁ ୩ ଲକ୍ଷ ମାଗୁଛନ୍ତି

ଭଦ୍ରକ(ପାର୍ଥ ସାରଥୀ ନାୟକ): ଦୀର୍ଘ ୫ ବର୍ଷ ଧରି ଚାଲିଲା ନିବିଡ଼ ପ୍ରେମ ସମ୍ପର୍କ । କେହି କାହାକୁ ଗୋଟିଏ ବି ମୁହୂର୍ତ୍ତ ଛାଡ଼ି ରହିବାକୁ ପ୍ରସ୍ତୁତ ନ ଥିଲେ। ଏକ ସଙ୍ଗେ ବଞ୍ଚିବା, ମରିବାର ଶପଥ ନେଇ ଉଭୟ ଘରୁ ଗୋଡ଼ କାଢ଼ିଲେ। ବିବାହ ପୂର୍ବରୁ  ଏ ସହରରୁ ସେ ସହର ଘୁରି ବୁଲିଲେ।  ଗତ ୨ ବର୍ଷ ହେବ ମନ୍ଦିରରେ ଭଗବାନଙ୍କୁ ସାକ୍ଷୀ ରଖି ପରସ୍ପରର ଜୀବନ ସାଥୀ ପାଲଟିଲେ। ଏହାପରେ ବି ସବୁ […]

pic

  • Published: Monday, 14 November 2022
  • , Updated: 14 November 2022, 12:08 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ଦୀର୍ଘ ୫ ବର୍ଷ ଧରି ଚାଲିଲା ନିବିଡ଼ ପ୍ରେମ ସମ୍ପର୍କ । କେହି କାହାକୁ ଗୋଟିଏ ବି ମୁହୂର୍ତ୍ତ ଛାଡ଼ି ରହିବାକୁ ପ୍ରସ୍ତୁତ ନ ଥିଲେ। ଏକ ସଙ୍ଗେ ବଞ୍ଚିବା, ମରିବାର ଶପଥ ନେଇ ଉଭୟ ଘରୁ ଗୋଡ଼ କାଢ଼ିଲେ। ବିବାହ ପୂର୍ବରୁ  ଏ ସହରରୁ ସେ ସହର ଘୁରି ବୁଲିଲେ।  ଗତ ୨ ବର୍ଷ ହେବ ମନ୍ଦିରରେ ଭଗବାନଙ୍କୁ ସାକ୍ଷୀ ରଖି ପରସ୍ପରର ଜୀବନ ସାଥୀ ପାଲଟିଲେ। ଏହାପରେ ବି ସବୁ କିଛି ଠିକ୍‌ ଚାଲିଥିବା ବେଳେ ଏବେ କିନ୍ତୁ ସମ୍ପର୍କରେ ପଡ଼ିଛି ଭଟ୍ଟା।

ଯାହା ବିନା ଦିନେ ବଞ୍ଚି ପାରିବେନି ବୋଲି ଯୁବକଜଣକ କହୁଥିଲେ, ଆଜି ତାକୁ ଅନ୍ୟ ଜାତିର ଦ୍ୱାହି ଦେଇ ଆଉ ଗ୍ରହଣ କରିବାକୁ ରାଜି ନୁହନ୍ତି। ଫଳରେ ନ୍ୟାୟ ପାଇବା ପାଇଁ ନବବଧୂଜଣକ ନିଜ ଶାଶୁ ଘର ଆଗରେ ଧାରଣା ଦେଇଛନ୍ତି। ଏପରି ସ୍ପର୍ଶକାତର ଘଟଣା  ଭଦ୍ରକ ଜିଲ୍ଲା ତିହିଡି ଥାନା ଭାଟପଡା ପଞ୍ଚାୟତ ଅଧିନ ଶଙ୍ଖିଡା ଗାଁରେ ଘଟିଛି।

[caption id="attachment_781307" align="aligncenter" width="650"] ପ୍ରଭାସ ଓ ସ୍ମୃତି।[/caption]

ଶଙ୍ଖିଡା ଗାଁର ପଞ୍ଚାନନ ରଥଙ୍କ ପୁଅ ପ୍ରଭାସ ରଥଙ୍କର  ଧୁଷୁରୀ ଥାନା ଖଡିମାହାରା ଗାଁର ଧନେଶ୍ୱର ଦାସଙ୍କ ଝିଅ ସ୍ମୃତି ଦାସଙ୍କ ସହିତ ୨୦୧୬ ମସିହାରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସ୍ମୃତି ଦଳିତ ବର୍ଗର ହୋଇଥିବା ବେଳେ ପ୍ରଭାସ ବ୍ରାହ୍ମଣ ଜାତିର ହୋଇଥିବାରୁ ଏହାକୁ ନେଇ ବିବାଦ ଉପୁଜି ଥିଲା।

ପରିବାର ଲୋକେ ସ୍ମୃତିଙ୍କୁ ବୋହୂ ରୂପେ ଗ୍ରହଣ କରିବାକୁ ରାଜି ନ ହେବାରୁ ୨୦୧୯ ମସିହାରେ ତାଙ୍କୁ ନେଇ ପ୍ରଭାସ ଭୁବନେଶ୍ୱର ପଳାଇ ଯାଇଥିଲେ।  ୨୦୨୦ ମସିହା ନଭେମ୍ବର ମାସରେ ଭଦ୍ରକ ଆସି ନୋଟାରୀରେ ବିବାହ ସହିତ ଲୋକନାଥ ମନ୍ଦିରରେ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିଥିଲେ। ପ୍ରଭାସ ନିଜ ମନର ମାନସୀଙ୍କୁ ପତ୍ନୀର ମାନ୍ୟତା ଦେଇଥିବା ବେଳେ ତାଙ୍କ ଘର ଲୋକେ କିନ୍ତୁ ବୋହୂ ରୂପେ ଗ୍ରହଣ କରି ନ ଥିଲେ।  ବିବାହ ପରେ ସ୍ମୃତିକୁ ନେଇ ହାଇଦ୍ରାବାଦ ପଳାଇଥିଲେ ପ୍ରଭାସ। ସେଠାରେ  କାମଧନ୍ଦା କରି ଉଭୟ ଖୁସିରେ ରହୁଥିଲେ।

[caption id="attachment_781310" align="alignnone" width="650"] ପ୍ରଭାସ ଓ ସ୍ମୃତି।[/caption]

ଇତି ମଧ୍ୟରେ ପ୍ରଭାସଙ୍କର ଦିଲ୍ଲୀକୁ ବଦଳି ହେବାରୁ ସେଠାରେ ଘର ଯୋଗାଡ କରି ନେଇଯିବାକୁ କହି ସ୍ମୃତିଙ୍କୁ ତାଙ୍କ ବାପଘରେ ଛାଡ଼ିଥିଲେ । ସେଠାରୁ ସ୍ମୃତି ନିଜ ବାପାଙ୍କ ସହ  ଶାଶୁ ଘରକୁ ଯିବାରୁ ସେମାନେ ଘରେ ପୂରାଇ ଦେଇ ନ ଥିଲେ।  ୩ ଲକ୍ଷ ଟଙ୍କା ଆଣ ପୁରୀ ମୁକ୍ତିମଣ୍ଡପରେ ଜାତି କରାଇ ଗୋତ୍ରରେ ପୁରାଇବୁ ବୋଲି କହିଥିଲେ।

ଘଟଣା ସମ୍ପର୍କରେ ସ୍ମୃତି ପ୍ରଭାସଙ୍କୁ ଜଣାଇବାରୁ ସେ ନିଜ ପରିବାର ଲୋକଙ୍କୁ ସମର୍ଥନ କରିଥିଲେ। ଏପରିକି ଆଉ ସ୍ମୃତିଙ୍କ ଫୋନ ଉଠାଇ ନଥିଲେ। ଯାହାକୁ ନେଇ ତିହିଡି ଥାନାର ଦ୍ୱାରସ୍ଥ ହୋଇଥିଲେ ସ୍ମୃତି। ମାତ୍ର ପୁଲିସ ଆଜିକାଲି କହି ମାମଲା ରୁଜୁ କଲାନାହିଁ।

[caption id="attachment_781311" align="aligncenter" width="650"] ଶାଶୁ ଘର ଆଗରେ ଧାରଣାରେ ବସିଛନ୍ତି ସ୍ମୃତି।[/caption]

ଏଥିରେ ନିରୁପାୟ ହୋଇ ସେ ଅଦାଲତରେ ଆଶ୍ରୟ ନେଲେ । ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ତିହିଡି ପୁଲିସ ଗତ ଜୁଲାଇ ୧୪ ତାରିଖରେ ପ୍ରଭାସ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଂଗୀନ ଦଫାରେ ମାମଲା ରୁଜୁ କରିଛି। ହେଲେ  ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ଇତିମଧ୍ୟରେ ପ୍ରଭାସ ଅନ୍ୟତ୍ର ବିବାହ କରିବ ବୋଲି ଖବର ପାଇ ସ୍ମୃତି ଆଜି  ନିଜ ପରିବାର ସହ  ସ୍ୱାମୀଙ୍କ ଦୂଆର ମୁହଁରେ ଧାରଣାରେ ବସିଛନ୍ତି। ସ୍ତ୍ରୀର ମାନ୍ୟତା ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରଖିବେ ଚେତାବନି ଦେଇଛନ୍ତି ସ୍ମୃତି।

Related story