ମା’ ମୃତଦେହ ନିକଟରେ ୫ ରାତି କାଟିଲା ଝିଅ, ତା’ ପରେ...

ରାଉରକେଲା(ପବନ ତିୱାରୀ): ମା’ ମୃତଦେହ ସହ ଗୋଟିଏ ଘରେ, ଗୋଟିଏ ଛାତ ତଳେ ୫ ଦିନ କାଟିଲେ ଝିଅ । ଶେଷରେ ପୁଲିସ୍‌ କବାଟ ତାଡ଼ି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ତାଙ୍କ ମାନସିକ ଅନଗ୍ରସର ଝିଅକୁ ମେଡିକାଲରେ ଭର୍ତ୍ତି କରିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ରାଉରକେଲା ବାସନ୍ତୀ କଲୋନୀରେ ଘଟିଛି । ମୃତା ମହିଳାଜଣକ ହେଲେ ୭୦ ବର୍ଷୀୟା ମଞ୍ଜୁ ପୁରୀ। ମଞ୍ଜୁଙ୍କ ମୃତଦେହ ନିକଟରେ ଗୋଟିଏ ଘରେ  ଥିବା ୩୭ ବର୍ଷୀୟା ଝିଅ […]

daughter

Niharika Rout
  • Published: Tuesday, 24 May 2022
  • , Updated: 24 May 2022, 01:15 PM IST

ରାଉରକେଲା(ପବନ ତିୱାରୀ): ମା’ ମୃତଦେହ ସହ ଗୋଟିଏ ଘରେ, ଗୋଟିଏ ଛାତ ତଳେ ୫ ଦିନ କାଟିଲେ ଝିଅ । ଶେଷରେ ପୁଲିସ୍‌ କବାଟ ତାଡ଼ି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ତାଙ୍କ ମାନସିକ ଅନଗ୍ରସର ଝିଅକୁ ମେଡିକାଲରେ ଭର୍ତ୍ତି କରିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ରାଉରକେଲା ବାସନ୍ତୀ କଲୋନୀରେ ଘଟିଛି ।

ମୃତା ମହିଳାଜଣକ ହେଲେ ୭୦ ବର୍ଷୀୟା ମଞ୍ଜୁ ପୁରୀ। ମଞ୍ଜୁଙ୍କ ମୃତଦେହ ନିକଟରେ ଗୋଟିଏ ଘରେ  ଥିବା ୩୭ ବର୍ଷୀୟା ଝିଅ ପ୍ରିୟଙ୍କା କିନ୍ତୁ ଏ ସମ୍ପର୍କରେ କାହାକୁ ଖବର ଦେଇ ନ ଥିଲେ। ମଞ୍ଜୁଙ୍କ ୩ ଝିଅ ଦିଲ୍ଲୀରେ ଥିବା ବେଳେ ଏନେଇ ସେମାନଙ୍କୁ ଖବର ଦିଆଯାଇଛି। ସେମାନେ ପହଞ୍ଚିବା ପରେ ମହିଳାଙ୍କ ଶବ ବ୍ୟବଚ୍ଛେଦ ସହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

ପୁଲିସ୍‌ ସୂଚନା ମୁତାବକ, ମଞ୍ଜୁଙ୍କର ୪ ଝିଅ ଥିବା ବେଳେ ୩ ଝିଅ ଦିଲ୍ଲୀରେ ରହୁଥିଲେ। ତାଙ୍କ ନିକଟରେ କେବଳ ଝିଅ ପ୍ରିୟଙ୍କା ରହୁଥିଲେ ।  ଗତ ୧୮ ତାରିଖରେ ମଞ୍ଜୁ ଦିଲ୍ଲୀରେ ଥିବା ଝିଅଙ୍କ ସହ କଥା ହୋଇଥିଲେ । ତା’ପରଠୁ ଆଉ ମଞ୍ଜୁଙ୍କ ସହ ତାଙ୍କ ଝିଅମାନେ ଯୋଗାଯୋଗ କରିପାରି ନ ଥିଲେ। ଏପରିକି ଘରେ ଥିବା ଫୋନ୍‌ କେହି ଉଠାଇ ନ ଥିଲେ।

ପଡ଼ୋଶୀ ବି ଉଭୟଙ୍କୁ କିଛି ଦିନ ଦେଖିନଥିବାରୁ ସନ୍ଦେହ କରିଥିଲେ। ଏହାପରେ ଘରୁ ଦୁର୍ଗନ୍ଧ ଆସିବାରୁ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ।  ଗତକାଲି ସନ୍ଧ୍ୟା ସମୟରେ ଘର କବାଟ ଭାଙ୍ଗି ମୃତଦେହକୁ ଉଦ୍ଧାର କରିଛି ପୁଲିସ୍ । ପାଖରେ ଥିବା ପ୍ରିୟଙ୍କାଙ୍କୁ ବି ଉଦ୍ଧାର କରାଯାଇଛି। ପ୍ରିୟଙ୍କାଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିବାରୁ ସେ ମା’ଙ୍କ ମୃତ୍ୟୁ ସମ୍ପର୍କରେ କିଛି କହିପାରୁ ନାହାନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ମଞ୍ଜୁଙ୍କ ୩ ଝିଅ ଆଜି ସନ୍ଧ୍ୟାରେ କିମ୍ବା ଆସନ୍ତାକାଲି ସକାଳେ ପହଞ୍ଚିବା ପରେ  ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ । ଏହାପରେ ଶେଷକୃତ ସମ୍ପନ୍ନ ହେବ ବୋଲି କହିଛନ୍ତି ଉଦିତନଗର ଥାନା ଅଧିକାରୀ।

ଏନେଇ ଆଡିସନାଲ ଏସ୍‌ପି କହିଛନ୍ତି, ଗତକାଲି ଖବର ପାଇବା ପରେ ଉଦିତନଗର ଥାନା ଆଇଆଇସି ଟିମ୍‌ ସହ ଯାଇ ଉକ୍ତ ଘର ଖୋଲିଲେ। ଘର ଖୋଲାଯିବା ପରେ ଜଣେ ବୃଦ୍ଧାଙ୍କ ମୃତଦେହ ପଡ଼ିଥିଲା। ତାଙ୍କ ମାନସିକ ଅନଗ୍ରସର ଝିଅ ଉକ୍ତ ଘରେ ଥିଲେ। ଝିଅଟି ୩,୪ ଦିନ ହେବ ଖାଇ ନ ଥିବା ଜଣାପଡ଼ିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Related story