ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଚିକଲପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛଟାଗୁଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଗାଁ ପୋଖରୀ ନିକଟରେ ଥିବା ଜାମୁ କୋଳି ଗଛରେ ପ୍ରେମୀ ଯୁଗଳ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଯୁବତୀ ହେଲେ ଗାଁର ଇନ୍ଦ୍ର ଗଣ୍ଡ ଓ ସୁଶୀଳା କଲାର।
ଗତ ରାତିରେ ଦୁହେଁ ଗଛରେ ରଶି ଲଗାଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ଗାଁ ଲୋକେ ଗଛରେ ମୃତଦେହ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନି।