କୁଆଖାଇ ନଦୀପଠାରୁ ଉଦ୍ଧାର ଅର୍ଦ୍ଧଦଗ୍ଧ ମୃତଦେହର ମିଳିଲା ପରିଚୟ

Ordigital Desk
  • Published: Thursday, 22 March 2018
  • , Updated: 22 March 2018, 08:19 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କୁଆଖାଇ ନଦୀପଠାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ମୃତ ଯୁବକଙ୍କ ପରିଚୟ ମିଳିଲା।&nbsp; ତାଙ୍କ ନାଁ&nbsp;ଉନ୍ମୁକ୍ତ ପାଢୀ। ଭୁବନେଶ୍ୱର ବିଜେବି ନଗରରେ ତାଙ୍କ ଘର ବୋଲି ଜଣାପଡ଼ିଛି। ସେ କଲିକତାରେ ଚାକିରି କରୁଥିଲେ। ଗତ କିଛିମାସ ହେବ ଘରକୁ ଆସିଥିଲେ। ତାଙ୍କୁ ଅପହରଣ ପରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ତେବେ କେଉଁ ପରିସ୍ଥିତିରେ, କିଏ ତାଙ୍କୁ ହତ୍ୟା କଲା ସେ ନେଇ ପୋଲିସ ଅନୁସନ୍ଧାନ ଜାରି ରଖିଛି।</p> <p>ଗତକାଲି ଭୁବନେଶ୍ୱର କୁଆଖାଇ ନଦୀପଠାରୁ ଉନ୍ମୁକ୍ତଙ୍କ ଗଳିତ ଶବକୁ ପୋଲିସ ଉଦ୍ଧାର କରିଥିଲା। ସ୍ଥାନୀୟ ଅଞ୍ଚଳର କିଛି ଲୋକ ନଦୀପଠାରେ ମୃତଦେହ ଦେଖି ପ୍ରଥମେ ମଞ୍ଚେଶ୍ୱର ଥାନାକୁ ଖବର ଦେଇଥିଲେ। ଯୁବକଙ୍କ ପେଟରେ ଛୁରାମାଡ ହୋଇଥିବା ବେଳେ ତାଙ୍କ ଶରୀରକୁ ପୋଡ଼ି ଦିଆଯାଇଛି। ମୃତଦେହଠାରୁ ଅଳ୍ପ ଦୂରରେ ଲାପଟପ୍, ପେନ୍&zwnj;ଡ୍ରାଇଭ ସହ ଜଣେ ମହିଳାଙ୍କ ଏକ ଚପଲ ମଧ୍ୟ ପୋଲିସ ଉଦ୍ଧାର କରିଛି। ସବୁଠାରୁ ବଡ଼କଥା ହେଲା ଯୁବକଙ୍କ ପାଟିରେ ଇଟାଖଣ୍ଡ ଭର୍ତ୍ତି କରାଯାଇଥିବା ଜଣାପଡିଛି। ତେଣୁ ଏସବୁ ଦୃଷ୍ଟିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି।</p>

Related story