ପେଟ୍ରୋଲ ପମ୍ପ ନିକଟରେ ପଡ଼ିଛି ଅର୍ଦ୍ଧଦଗ୍ଧ ମୃତଦେହ

Ordigital Desk
  • Published: Saturday, 26 May 2018
  • , Updated: 26 May 2018, 11:21 AM IST
<p>ବାଲିଗୁଡ଼ା( ଅଜିତ ନାୟକ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଦଣ୍ଡପଦର ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ି ଥିବା ଦେଖିବାକୁ ମିଳିଥିଲା। ମୃତକଙ୍କ ପରିଚୟ ମିଳିପାରି ନାହିଁ। ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।</p> <p>କେଉଁ ପରିସ୍ଥିତିରେ&nbsp; ଯୁବକଙ୍କୁ ପୋଡ଼ି ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ମୃତଦେହ ପାଖରେ ବ୍ଲେଡ୍ ଓ ପେଟ୍ରୋଲ ବୋତଲ ପଡିଥିବା ଦେଖିବାକୁ ମିଳିଛି।&nbsp; ତେଣୁ ଯୁବକଙ୍କୁ କେହି ପୋଡ଼ି ହତ୍ୟା କରିଥିବା ସନ୍ଦେହ କରାଯାଉଛି।</p>

Related story