ଡ୍ରାଇଭର କ୍ୟାବିନରୁ ଯୁବକଙ୍କ ମୃତଦେହ ଠାବ

ଅନୁଗୋଳ(ବିରଜା ପ୍ରସାଦ ଦାସ): ତେଲ ଟ୍ୟାଙ୍କରର ଡ୍ରାଇଭର କ୍ୟାବିନରୁ ଠାବ ହେଲା ଜଣେ ଯବୁକଙ୍କ ମୃତଦେହ। ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କତଡ଼ାରେ। ଏଠାରେ ଏକ ଢାବା ନିକଟରେ ଠିଆ ହୋଇଥିବା ତେଲ ଟ୍ୟାଙ୍କରରୁ କତଡ଼ା ଗାଁର ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ତାଙ୍କ ନାଁ ଜ୍ଞାନେନ୍ଦ୍ର ଦେହୁରୀ। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ୫୫ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି। […]

angul

Rakesh Mallick
  • Published: Saturday, 23 June 2018
  • , Updated: 23 June 2018, 09:41 AM IST

ଅନୁଗୋଳ(ବିରଜା ପ୍ରସାଦ ଦାସ): ତେଲ ଟ୍ୟାଙ୍କରର ଡ୍ରାଇଭର କ୍ୟାବିନରୁ ଠାବ ହେଲା ଜଣେ ଯବୁକଙ୍କ ମୃତଦେହ। ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କତଡ଼ାରେ। ଏଠାରେ ଏକ ଢାବା ନିକଟରେ ଠିଆ ହୋଇଥିବା ତେଲ ଟ୍ୟାଙ୍କରରୁ କତଡ଼ା ଗାଁର ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ତାଙ୍କ ନାଁ ଜ୍ଞାନେନ୍ଦ୍ର ଦେହୁରୀ।

ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ୫୫ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ସମ୍ବଲପୁର-କଟକ ଏନ୍ଏଚ୍ ୫୫ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ପୋଲିସ ଏହି ଘଟଣାର ତଦନ୍ତ କରି  ମୃତ୍ୟୁର ସଠିକ୍‌ କାରଣ କ’ଣ ତାହା ପ୍ରକାଶ କରିବାକୁ ଅଡ଼ି ବସିଛନ୍ତି ଲୋକେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା  କରି ରାସ୍ତାରୋକ ହଟାଇବାକୁ ଉଦ୍ୟମ ଜାରି ରଖିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story