ନଦୀ କୂଳରୁ ଉଦ୍ଧାର ହେଲା ମଣିଷ କଙ୍କାଳ

ଯାଜପୁର: ନଦୀ କୂଳରୁ ଉଦ୍ଧାର ହେଲା ମଣିଷ କଙ୍କାଳ। ଦୁଇଟି କଙ୍କାଳକୁ ଉଦ୍ଧାର କରିଛି ପୋଲିସ୍। ଘଟଣା ଘଟିଛି ଯାଜପୁର ବୈତରଣୀ ନଦୀର ଧନତ୍ରୀ ଘାଟରୁ। ସ୍ଥାନୀୟ କୋରେଇ ଅଞ୍ଚଳର ଲୋକେ ନଦୀ କୂଳରେ ଏହି କଙ୍କାଳ ପଡ଼ିଥିବା ଦେଖିବାକୁ ପାଇଥିଲେ। ତେବେ କଙ୍କାଳ କେଉଁଠୁ ଆସିଲା ସେ ନେଇ ସୂଚନା ମିଳିପାରିନି। ନଦୀରେ ଏହା ଭାସି ଆସିଛି ନା ଅନ୍ୟ କେଉଁଠୁ ଆସିଛି ସେ ସମ୍ପର୍କରେ ଜାଣିବା ପାଇଁ ଏହାକୁ ଫରେନ୍ସିକ ଟିମ୍‌କୁ ପଠାଯାଇଥିବା ପୋଲିସ୍ […]

6nm-7

Tapas Behera
  • Published: Saturday, 29 August 2020
  • , Updated: 29 August 2020, 05:35 PM IST

ଯାଜପୁର: ନଦୀ କୂଳରୁ ଉଦ୍ଧାର ହେଲା ମଣିଷ କଙ୍କାଳ। ଦୁଇଟି କଙ୍କାଳକୁ ଉଦ୍ଧାର କରିଛି ପୋଲିସ୍। ଘଟଣା ଘଟିଛି ଯାଜପୁର ବୈତରଣୀ ନଦୀର ଧନତ୍ରୀ ଘାଟରୁ। ସ୍ଥାନୀୟ କୋରେଇ ଅଞ୍ଚଳର ଲୋକେ ନଦୀ କୂଳରେ ଏହି କଙ୍କାଳ ପଡ଼ିଥିବା ଦେଖିବାକୁ ପାଇଥିଲେ।

ତେବେ କଙ୍କାଳ କେଉଁଠୁ ଆସିଲା ସେ ନେଇ ସୂଚନା ମିଳିପାରିନି। ନଦୀରେ ଏହା ଭାସି ଆସିଛି ନା ଅନ୍ୟ କେଉଁଠୁ ଆସିଛି ସେ ସମ୍ପର୍କରେ ଜାଣିବା ପାଇଁ ଏହାକୁ ଫରେନ୍ସିକ ଟିମ୍‌କୁ ପଠାଯାଇଥିବା ପୋଲିସ୍ କହିଛି।

ତେବେ ଗତ କିଛି ମାସ ତଳେ ରାୟଗଡ଼ା ଜିଲ୍ଲା ଆଞ୍ଜିଆପେଟା ଛକ ନିକଟ ନୂଆସାହି ପାହାଡ଼ ଉପରୁ ଏକ ନରକଙ୍କାଳ ମିଳିଥିଲା। ଉଦ୍ଧାର କରାଯାଇଥିବା ଏହି ନରକଙ୍କାଳ ପାଖରୁ ସିଆର୍‌ପିଏଫ୍‌ ୟୁନିଫର୍ମ ଓ ପରିଚୟ ପତ୍ର ମିଳିଥିବାରୁ ଏହି କଙ୍କାଳ ଜଣେ CRPF ଯବାନଙ୍କ ମୃତଦେହ ହୋଇଥିବାର ସନ୍ଦେହ କରାଯାଇଥିଲା।

Related story