ନିଖୋଜ ଶିଶୁର ମୃତଦେହ ଉଦ୍ଧାର

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ବଲାଙ୍ଗିର ଟାଉନ୍‌ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ପଡ଼ାର  ନିଖୋଜ ହୋଇଥିବା ଜଣେ ୫ ବର୍ଷର ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଲକ୍ଷ୍ମୀଜୋର ନାଳର ଏକ ପରିତ୍ୟକ୍ତ ଗାତରୁ ଗତକାଲି ରାତିରେ ଶିଶୁର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସ୍‌କୁ ଖବର ଦିଆଯାଇଥିଲା। ଟାଉନ୍  ଥାନା ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ କରୁଛି।

ଶିଶୁର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ନାକରୁ ରକ୍ତ ବାହାରୁଥିଲା। ଯେଉଁ ଗାତରୁ ଶିଶୁର ମୃତଦେହ ଉଦ୍ଧାର ହୋଇଛି, ସେଠାକୁ ଶିଶୁ ଯିବା ଅସମ୍ଭବ। ତେଣୁ ପାରିପାର୍ଶ୍ୱକ ସ୍ଥିତିରୁ  ଦେଖି ପରିବାର ଲୋକେ ଶିଶୁକୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି।

ଗତକାଲି ସକାଳେ ଲକ୍ଷ୍ମୀନଗର ପଡ଼ାର  ଜଗଦୁ ବାଗ୍‌ଙ୍କ ପୁଅ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ଶେଷରେ ଶିଶୁର ପରିବାର ଲୋକେ  ଟାଉନଥାନାରେ ଲିଖତ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ

ରେକର୍ଡ ସଂଖ୍ୟକ ପଜିଟିଭ ସହ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର

ନବ ଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡ଼ିଲେ ଶ୍ରୀଜିଉ

ନିର୍ଦ୍ଦେଶକୁ ୫ବର୍ଷ ବିତିଲା, ୭୭ % ସ୍କୁଲରେ ନାହିଁ ଖେଳପଡ଼ିଆ

ଜାମିନ୍‌ ପାଇଁ ହସ୍ପିଟାଲକୁ ମାସ୍କ ଓ ସାନିଟାଇଜର ଦେଲେ ଦୁଇ ଅଭିଯୁକ୍ତ

ସମସ୍ତଙ୍କ ସ୍ୱାବ୍ ପରୀକ୍ଷା ଦାବି କଲା କଂଗ୍ରେସ

ସୁସ୍ଥ ହେଲେ ୨୨୯ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ମହଙ୍ଗା ପଡ଼ିଲା ବାହାଘର ମଉଜ, ୫୦ ହଜାର ଜୋରିମାନା  

ଧୋକ୍କା ଦେଲେ ସହଯୋଗୀ, ଚାଲିଗଲା ଡିଏସପିଙ୍କ ଜୀବନ

ସଲମାନଙ୍କୁ ପ୍ରେମ ନିବେଦନ କରି ଟ୍ରୋଲ୍ ହେଉଛନ୍ତି ସାଂସଦ

ବାହାଘର ଲାଗି ଜଳାଞ୍ଜଳି ପଡ଼ିଲା କୋଭିଡ କଟକଣା; ବିନା ମାସ୍କରେ ନାଚରେ ମାତିଲେ ବରଯାତ୍ରୀ

ଆଇଆଇସି ନିଖୋଜ; ୧ ତାରିଖରୁ ପତ୍ତା ମିଳୁନି

ବିରୋଧ ସତ୍ତ୍ୱେ ଇସଲାମାବାଦରେ ମନ୍ଦିର ନିର୍ମାଣ ପାଇଁ ହେଲା ଭୂମି ପୂଜା