କାଲିଠୁ ନିଖୋଜ ଥିଲେ, ଆଜି ମିଳିଲା ଝୁଲନ୍ତା ମୃତଦେହ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମହଖଣ୍ଡ ଗାଁ ନିକଟରେ ଥିବା ରତାଖଣ୍ଡି ଜଙ୍ଗଲରୁ ଆଜି ଜଣେ ବୃଦ୍ଧଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି। ମୃତକ ହେଲେ ବଙ୍ଗୋମୁଣ୍ଡା ଥାନା ବେଲପଡ଼ା ଗାଁର କେଶବ ମେହେର। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସେ କୌଣସି କାମରେ ଭାଲୁମୁଣ୍ଡା ଯାଉଛନ୍ତି କହି ଘରୁ ବାହାରି ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନଥିଲେ । ରାତିରେ ପରିବାର ଲୋକେ ବହୁତ ଖୋଜା ଖୋଜି କରିବା […]

deadbody

Niharika Rout
  • Published: Monday, 17 May 2021
  • , Updated: 17 May 2021, 04:01 PM IST

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମହଖଣ୍ଡ ଗାଁ ନିକଟରେ ଥିବା ରତାଖଣ୍ଡି ଜଙ୍ଗଲରୁ ଆଜି ଜଣେ ବୃଦ୍ଧଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି। ମୃତକ ହେଲେ ବଙ୍ଗୋମୁଣ୍ଡା ଥାନା ବେଲପଡ଼ା ଗାଁର କେଶବ ମେହେର।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସେ କୌଣସି କାମରେ ଭାଲୁମୁଣ୍ଡା ଯାଉଛନ୍ତି କହି ଘରୁ ବାହାରି ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନଥିଲେ । ରାତିରେ ପରିବାର ଲୋକେ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳି ନ ଥିଲା ।

ଆଜି ସକାଳୁ ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ରତାଖଣ୍ଡି ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଥିବା ପରିବାର ଲୋକେ ଖବର ପାଇଥିଲେ। ତାଙ୍କର ମୃତଦେହ ନିକଟରେ ଏକ ବାଇକ ଓ ହଳେ ଚପଲ ପଡ଼ିଥିଲା।

ଖବର ପାଇ ଘଟଣା ସ୍ଥଳରେ ତୁରେକେଲା ପୁଲିସ୍ ପହଞ୍ଚି ଥିଲା। ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପରିବାର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ସେହିପରି ତୁରେକେଲା ଥାନା ଆଇଆଇସି କମଳ ଲୋଚନ ବେହେରା ମଧ୍ୟ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା କହିଛନ୍ତି।

Related story