ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଫତେଗଡ଼ ଗାଁ ନିକଟ ଜଙ୍ଗଲରୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ପରିବାର ଲୋକେ ଫତେଗଡ଼ ଥାନା ଆଗରେ ଧାରଣା ଦେବା ସହ ରାସ୍ତାରୋକ କରିଥିଲେ।
ସେହି ଗାଁର ଜଣେ ଯୁବକ ବିଷ ଦେଇ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ୍ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା।
ଅନ୍ୟପକ୍ଷରେ ପୁଲିସ୍ କହିଛି, ଏହି ନାବାଳିକାଙ୍କ ସହ ଆଉ ଜଣେ ନାବାଳକ ବିଷ ପିଇଥିଲେ। ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ନାବାଳକ ଜଣଙ୍କ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି।