ନିଖୋଜ ଥିଲେ, ପରିତ୍ୟକ୍ତ କୂଅରୁ ମିଳିଲା ମୃତଦେହ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଏକ ପରିତ୍ୟକ୍ତ କୂଅରୁ ମିଳିଛି। ଘଟଣାଟି ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବୋରାପଦା ନିକଟସ୍ଥ ଖମାର ଗାଁରେ। ମୃତ ଯୁବକଙ୍କ ନାଁ ପୀତବାସ ଦାସ। ସେ ଗତ ୩ ତାରିଖରୁ ନିଖୋଜ ଥିଲେ। ସେହିଦିନ ଅପରାହ୍ଣରେ ଗାଁର କିଛି ଯୁବକଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ଘର ଲୋକେ ପୀତବାସଙ୍କୁ ଖୋଜାଖୋଜି କରୁଥିବା ବେଳେ ଆଜି ସକାଳେ ଏକ ପରିତ୍ୟକ୍ତ କୂଅରୁ ତାଙ୍କ ମୃତଦେହ […]

Dead Body

Jitendra Garnayak
  • Published: Sunday, 07 November 2021
  • , Updated: 07 November 2021, 01:24 PM IST

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଏକ ପରିତ୍ୟକ୍ତ କୂଅରୁ ମିଳିଛି। ଘଟଣାଟି ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବୋରାପଦା ନିକଟସ୍ଥ ଖମାର ଗାଁରେ।

ମୃତ ଯୁବକଙ୍କ ନାଁ ପୀତବାସ ଦାସ। ସେ ଗତ ୩ ତାରିଖରୁ ନିଖୋଜ ଥିଲେ। ସେହିଦିନ ଅପରାହ୍ଣରେ ଗାଁର କିଛି ଯୁବକଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା।

ଘର ଲୋକେ ପୀତବାସଙ୍କୁ ଖୋଜାଖୋଜି କରୁଥିବା ବେଳେ ଆଜି ସକାଳେ ଏକ ପରିତ୍ୟକ୍ତ କୂଅରୁ ତାଙ୍କ ମୃତଦେହ ପାଇଥିଲେ। କୂଅଟି ସେମାନଙ୍କ ଘରଠାରୁ ପ୍ରାୟ ୪ କିଲୋମିଟର ଦୂରରେ ରହିଛି। ମୃତଦେହ ପାଇବା ପରେ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏହା ସହିତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ପୂର୍ବ ଶତ୍ରୁତାରୁ ପୀତବାସଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Related story