ହୋର୍ଡିଂ ତଳୁ ଗଳିତ ମୃତଦେହ ଉଦ୍ଧାର; ‘ଫୋନି’ରେ ମୃତ୍ୟୁ ଘଟିଥିବା ଅନୁମାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ମାଷ୍ଟର୍ କ୍ୟାଣ୍ଟିନ୍ ଛକ ନିକଟରୁ ଏହି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସାଲିଆ ସାହିର କାର୍ତ୍ତିକ ରାଉତ। ସେ ମାଷ୍ଟର୍‌ କ୍ୟାଣ୍ଟିନ୍‌ ନିକଟରେ ଏକ ଚା’ ଦୋକାନ କରିଥିଲେ। ତେବେ ବାତ୍ୟା ପରଠୁ ସେ ନିଖୋଜ ଥିଲେ। ଏ ନେଇ ତାଙ୍କ ପରିବାର ଲୋକେ ଥାନାରେ ଜଣାଇଥିଲେ। ମାଷ୍ଟର୍‌ କ୍ୟାଣ୍ଟିନ୍‌ ନିକଟରେ ବାତ୍ୟାରେ ଉପୁଡ଼ି ପଡ଼ିଥିବା ଏକ ହୋର୍ଡିଂ ତଳୁ ଗତକାଲି […]

dead

dead

Jitendra Garnayak
  • Published: Tuesday, 07 May 2019
  • Updated: 07 May 2019, 08:16 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ମାଷ୍ଟର୍ କ୍ୟାଣ୍ଟିନ୍ ଛକ ନିକଟରୁ ଏହି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସାଲିଆ ସାହିର କାର୍ତ୍ତିକ ରାଉତ।

ସେ ମାଷ୍ଟର୍‌ କ୍ୟାଣ୍ଟିନ୍‌ ନିକଟରେ ଏକ ଚା’ ଦୋକାନ କରିଥିଲେ। ତେବେ ବାତ୍ୟା ପରଠୁ ସେ ନିଖୋଜ ଥିଲେ। ଏ ନେଇ ତାଙ୍କ ପରିବାର ଲୋକେ ଥାନାରେ ଜଣାଇଥିଲେ।

ମାଷ୍ଟର୍‌ କ୍ୟାଣ୍ଟିନ୍‌ ନିକଟରେ ବାତ୍ୟାରେ ଉପୁଡ଼ି ପଡ଼ିଥିବା ଏକ ହୋର୍ଡିଂ ତଳୁ ଗତକାଲି କାର୍ତ୍ତିକଙ୍କ ମୃତଦେହ ଠାବ କରାଯାଇଥିଲା। ତେଣୁ ‘ଫୋନି’ରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

ଏହା ପୂର୍ବରୁ ରାଜଧାନୀରେ ‘ଫୋନି’ରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ଆସିଥିଲା। ତିନି ଜଣଙ୍କ ଉପରେ ଗଛ ଓ ଦୁଇ ଜଣଙ୍କ ଉପରେ ଆଜ୍‌ବେଷ୍ଟସ୍ ପଡ଼ିଯିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା।

ଅନ୍ୟପକ୍ଷରେ ରାଜ୍ୟରେ ସରକାରୀ ଭାବେ ଫୋନି ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୫ଟି ଜିଲ୍ଲାରୁ ‘ଫୋନି’ ମୃତ୍ୟୁ ଖବର ଆସିଛି। ପୁରୀ ଜିଲ୍ଲାରେ ସର୍ବାଧିକ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ଯାଜପୁର ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରେ ୪, କଟକରେ ୩ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୩୫ କୁହାଯାଉଥିଲା ବି ବାସ୍ତବରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ବୋଲି କୁହାଯାଉଛି। ଯୋଗାଯୋଗ ଅଭାବରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ସୂଚନା ଆସିପାରୁ ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story