ନଦୀ କୂଳରେ ବାଘର ମୃତଦେହ

ପାଲଲହଡ଼ା (ରବିନାରାୟଣ ପ୍ରଧାନ): ଅନୁଗୋଳ ଜିଲ୍ଲା ପାଲଲହଡ଼ାର ଖମାର ରେଞ୍ଜ୍ ନିକଟ ମାଙ୍କଡ଼ଚୁଆ ପାଖରୁ ବ୍ରାହ୍ମଣୀ ନଦୀ କୂଳରୁ ଏକ ବାଘର ମୃତଦେହ ଉଦ୍ଧାର କରାଯାଇଛି। ଏହା ଏକ କଲରାପତରିଆ ବାଘ ବୋଲି ଜଣାପଡ଼ିଛି। ଆଜି ସକାଳେ ଗାଁର କିଛି ଲୋକ ଶୌଚ କରିବାକୁ ନଦୀ ପାଖକୁ ଯାଇଥିଲେ। ସେହି ସମୟରେ ସେଠାରେ ସେମାନେ ବାଘଟି ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବାଘର ମୃତ୍ୟୁର କାରଣ ଜଣାପଡ଼ି […]

tiger

Tapaswini Nayak
  • Published: Wednesday, 16 January 2019
  • , Updated: 16 January 2019, 12:51 PM IST

ପାଲଲହଡ଼ା (ରବିନାରାୟଣ ପ୍ରଧାନ): ଅନୁଗୋଳ ଜିଲ୍ଲା ପାଲଲହଡ଼ାର ଖମାର ରେଞ୍ଜ୍ ନିକଟ ମାଙ୍କଡ଼ଚୁଆ ପାଖରୁ ବ୍ରାହ୍ମଣୀ ନଦୀ କୂଳରୁ ଏକ ବାଘର ମୃତଦେହ ଉଦ୍ଧାର କରାଯାଇଛି। ଏହା ଏକ କଲରାପତରିଆ ବାଘ ବୋଲି ଜଣାପଡ଼ିଛି।

ଆଜି ସକାଳେ ଗାଁର କିଛି ଲୋକ ଶୌଚ କରିବାକୁ ନଦୀ ପାଖକୁ ଯାଇଥିଲେ। ସେହି ସମୟରେ ସେଠାରେ ସେମାନେ ବାଘଟି ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ।

ଏହା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ।

ବାଘର ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ବାଘଟି ପାଣିରେ କେଉଁଠାରୁ ଭାସି ଆସିଛି ବୋଲି ଅନୁମାନ କରାଯାଉଛି।

Related story