ମଦ ଦୋକାନୀଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ନେହରୁବଙ୍ଗଳା ମାର୍କେଟ କମ୍ପ୍ଲେକ୍ସ ପଛପଟୁ ମଦ ଦୋକାନୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ନାଁ ତୀର୍ଥାନନ୍ଦ ସାହୁ। ଗତକାଲି ସକାଳେ ତୀର୍ଥାନନ୍ଦଙ୍କ ମୃତଦେହ ନେହରୁବଙ୍ଗଳା ମାର୍କେଟ କମ୍ପ୍ଲେକ୍ସ ପଛପଟେ ପଡ଼ିଥିବା ମଦ ଦୋକାନର ସେଲ୍ସମ୍ୟାନ ଦେଖିଥିଲେ। ଏନେଇ ପୁଲିସ୍ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତୀର୍ଥାନନ୍ଦ ପାର୍ଟନରସିପ୍‌ରେ ମଦ ଦୋକାନ କରିଥିଲେ। ହେଲେ କିଛି […]

mmmmmm000

Tapaswini Nayak
  • Published: Tuesday, 23 June 2020
  • , Updated: 23 June 2020, 11:24 AM IST

ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ନେହରୁବଙ୍ଗଳା ମାର୍କେଟ କମ୍ପ୍ଲେକ୍ସ ପଛପଟୁ ମଦ ଦୋକାନୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ନାଁ ତୀର୍ଥାନନ୍ଦ ସାହୁ।

ଗତକାଲି ସକାଳେ ତୀର୍ଥାନନ୍ଦଙ୍କ ମୃତଦେହ ନେହରୁବଙ୍ଗଳା ମାର୍କେଟ କମ୍ପ୍ଲେକ୍ସ ପଛପଟେ ପଡ଼ିଥିବା ମଦ ଦୋକାନର ସେଲ୍ସମ୍ୟାନ ଦେଖିଥିଲେ। ଏନେଇ ପୁଲିସ୍ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ତୀର୍ଥାନନ୍ଦ ପାର୍ଟନରସିପ୍‌ରେ ମଦ ଦୋକାନ କରିଥିଲେ। ହେଲେ କିଛି ଦିନ ହେବ ନିଜ ବ୍ୟବସାୟୀଙ୍କୁ ନେଇ ଚିନ୍ତାରେ ରହୁଥିଲେ ବୋଲି ସେଲ୍ସମ୍ୟାନ୍ କହିଛନ୍ତି।

ତୀର୍ଥାନନ୍ଦଙ୍କୁ ହତ୍ୟା କରାଯାଇଛି ନଚେତ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story