ରେଳ ଲାଇନ୍‌ରୁ ମିଳିଲା ମା’ଝିଅଙ୍କ ମୃତଦେହ

ଖୋର୍ଦ୍ଧା (ବଳରାମ ଲେଙ୍କା): ରେଳ ଲାଇନ୍ ମିଳିଲା ଜଣେ ମହିଳା ଓ ତାଙ୍କ ୧୧ ମାସର ଶିଶୁକନ୍ୟାର ମୃତଦେହ। ସେମାନଙ୍କୁ ହତ୍ୟା କରି ରେଳ ଲାଇନ୍‌ରେ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଅଭିମାନପୁର ଗାଁରେ। ମୃତ ମହିଳାଙ୍କ ନାଁ ଝରଣା ସ୍ୱାଇଁ। ତାଙ୍କ ସ୍ୱାମୀଙ୍କ ନାଁ ପ୍ରମୋଦ ସ୍ୱାଇଁ। ସେମାନଙ୍କ ଘର ଅଭିମାନପୁର ଗାଁରେ। ମିଳିଥିବା ସୂଚନା ଅନୁଯାୟୀ, ଝରଣା ଗତକାଲି ରାତିରୁ ତାଙ୍କ […]

ttt

Jitendra Garnayak
  • Published: Sunday, 06 December 2020
  • , Updated: 06 December 2020, 12:56 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ରେଳ ଲାଇନ୍ ମିଳିଲା ଜଣେ ମହିଳା ଓ ତାଙ୍କ ୧୧ ମାସର ଶିଶୁକନ୍ୟାର ମୃତଦେହ। ସେମାନଙ୍କୁ ହତ୍ୟା କରି ରେଳ ଲାଇନ୍‌ରେ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଅଭିମାନପୁର ଗାଁରେ।

ମୃତ ମହିଳାଙ୍କ ନାଁ ଝରଣା ସ୍ୱାଇଁ। ତାଙ୍କ ସ୍ୱାମୀଙ୍କ ନାଁ ପ୍ରମୋଦ ସ୍ୱାଇଁ। ସେମାନଙ୍କ ଘର ଅଭିମାନପୁର ଗାଁରେ।

ମିଳିଥିବା ସୂଚନା ଅନୁଯାୟୀ, ଝରଣା ଗତକାଲି ରାତିରୁ ତାଙ୍କ ଶିଶୁକନ୍ୟା ସହିତ ନିଖୋଜ ଥିଲେ। ଆଜି ସକାଳେ ତାଙ୍କ ଘର ପଛପଟ ଦେଇ ଯାଇଥିବା ରେଳଲାଇନ୍‌ରୁ ତାଙ୍କ ମୃତଦେହ ମିଳିଥିଲା। ଝରଣା ଓ ତାଙ୍କ ଝିଅର ମୃତଦେହ ରେଳଲାଇନରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଟାଙ୍ଗୀ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଜଣାପଡ଼ିବ ବୋଲି ପୁଲିସ୍ କହିଛି।

ମୃତ ଝରଣାଙ୍କ ମା’ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ମାରି ରେଳ ଲାଇନ୍‌ରେ ଫିଙ୍ଗି ଦିଆଯାଇଛି ଓ ଆତ୍ମହତ୍ୟାର ରୂପ ଦିଆଯାଇଛି। ସେହିଭଳି ତାଙ୍କ ୧୧ ମାସର ନାତୁଣୀକୁ ତଣ୍ଟି ଚିପି ହତ୍ୟା କରାଯାଇଛି। ତାଙ୍କ ଜ୍ୱାଇଁ ଏ କାମ କରିଛି ବୋଲି ସେ କହିଛନ୍ତି।

ଝରଣାଙ୍କୁ ତାଙ୍କ ସ୍ୱାମୀ ବିଭିନ୍ନ ସମୟରେ ନିର୍ଯାତନା ଦେବା ସହ ମାରପିଟ କରୁଥିଲେ ବୋଲି ଅଭିଯୋଗ ହୋଇଛି। ତେଣୁ ସେ ହିଁ ଝରଣାଙ୍କୁ ହତ୍ୟା କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିବା ସହିତ ଏ ନେଇ ଟାଙ୍ଗୀ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି। ପୁଲିସ୍ ପ୍ରମୋଦଙ୍କ ବାପାମା’ଙ୍କୁ ପଚରାଉଚରା କରୁଥିବା ବେଳେ ସେ ଘରେ ନଥିବା ସୂଚନା ମିଳିଛି। ତେବେ ସେ ଫେରାର ଅଛନ୍ତି କି ନାହିଁ, ସେ ନେଇ ସ୍ପଷ୍ଟ ସୂଚନା ମିଳି ନାହିଁ।

Related story