କଲେଜ୍‌ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ କଲେଜ୍‌ ପରିସରରୁ ଆଜି ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପୁରୁଷୋତ୍ତମ ପଲେଇ (୨୫)। ତାଙ୍କ ଘର ନିକଟସ୍ଥ ରଙ୍ଗିଅଗୁଡ଼ା ସାହିରେ। କଲେଜ୍‌ ପରିସରରେ ଏକ ଶାଳଗଛରେ ତାଙ୍କର ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା। ପ୍ରଥମେ କଲେଜ୍‌ର ଜଗୁଆଳି ଏହି ମୃତଦେହକୁ ଦେଖିଥିଲେ। ଏନେଇ ସେ କଲେଜ୍ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀଙ୍କୁ ସୂଚନା ଦେଇଥିଲେ। ଏହାପରେ ଅଧ୍ୟକ୍ଷା ପୁଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଦେବଗଡ଼ ଥାନା ପୁଲିସ୍‌ ପହଞ୍ଚି […]

deadbody

Jyoshna Pradhan
  • Published: Sunday, 11 August 2019
  • , Updated: 11 August 2019, 11:10 AM IST

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ କଲେଜ୍‌ ପରିସରରୁ ଆଜି ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପୁରୁଷୋତ୍ତମ ପଲେଇ (୨୫)। ତାଙ୍କ ଘର ନିକଟସ୍ଥ ରଙ୍ଗିଅଗୁଡ଼ା ସାହିରେ।

କଲେଜ୍‌ ପରିସରରେ ଏକ ଶାଳଗଛରେ ତାଙ୍କର ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା। ପ୍ରଥମେ କଲେଜ୍‌ର ଜଗୁଆଳି ଏହି ମୃତଦେହକୁ ଦେଖିଥିଲେ। ଏନେଇ ସେ କଲେଜ୍ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀଙ୍କୁ ସୂଚନା ଦେଇଥିଲେ। ଏହାପରେ ଅଧ୍ୟକ୍ଷା ପୁଲିସ୍‌କୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ଦେବଗଡ଼ ଥାନା ପୁଲିସ୍‌ ପହଞ୍ଚି ମୃତଦେହକୁ ଗଛରୁ ଓହ୍ଲାଇବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି ଘଟିଛି, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

Related story