ସୁଶୀଲଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ଟାଙ୍ଗରପାଲି ଥାନା ଅନ୍ତର୍ଗତ ଆଇଡିଏଲ୍‌ ଫାଣ୍ଡି ନିକଟ ପଡ଼ିଆରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁଶୀଲ ଓରାମ (୨୫)।  ତାଙ୍କ ଘର ଆଇଡିଏଲ୍‌ କଲୋନୀ ନିକଟ ସମରା ବସ୍ତିରେ। ସୁଶୀଲଙ୍କ ମୁଣ୍ଡ, ବେକ ଓ ପେଟରେ କ୍ଷତି ଚିହ୍ନ ରହିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗତକାଲି ସନ୍ଧ୍ୟାରେ ସେ ଘରୁ କେଉଁଆଡ଼େ ଯାଇଥିଲେ ଓ ରାତିରେ ଆଉ ଫେରି ନଥିଲେ। ଆଜି ସକାଳେ […]

murder

Jyoshna Pradhan
  • Published: Monday, 19 August 2019
  • , Updated: 19 August 2019, 11:40 AM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ଟାଙ୍ଗରପାଲି ଥାନା ଅନ୍ତର୍ଗତ ଆଇଡିଏଲ୍‌ ଫାଣ୍ଡି ନିକଟ ପଡ଼ିଆରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁଶୀଲ ଓରାମ (୨୫)।  ତାଙ୍କ ଘର ଆଇଡିଏଲ୍‌ କଲୋନୀ ନିକଟ ସମରା ବସ୍ତିରେ।

ସୁଶୀଲଙ୍କ ମୁଣ୍ଡ, ବେକ ଓ ପେଟରେ କ୍ଷତି ଚିହ୍ନ ରହିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଗତକାଲି ସନ୍ଧ୍ୟାରେ ସେ ଘରୁ କେଉଁଆଡ଼େ ଯାଇଥିଲେ ଓ ରାତିରେ ଆଉ ଫେରି ନଥିଲେ। ଆଜି ସକାଳେ ତାଙ୍କ କ୍ଷତବିକ୍ଷତ ମୃତଦେହ ଠାବ କରାଯାଇଥିଲା। ଖବର ପାଇ ପୁଲିସ୍‌ ସାଇଣ୍ଟିକ୍‌ଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Related story