ଦମ୍ପତିଙ୍କୁ ହାଣିଲେ, ପଥରରେ ବାନ୍ଧି ସୋନ୍‌ ଡ୍ୟାମକୁ ଫିଙ୍ଗିଲେ

ଉଦଳା(ମାନସ ପାଣି) : ଗତ ରବିବାରଠୁ ଫୁଟ୍‌ବଲ୍‌ ଖେଳ ଦେଖିବାକୁ ଯାଇ ନିଖୋଜ ଥିବା ଦମ୍ପତିଙ୍କ ମୃତଦେହ ଆଜି ସୋନ ଡ୍ୟାମ୍‌ରୁ ଉଦ୍ଧାର ହୋଇଛି। ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଅତି ବୀଭତ୍ସ ଭାବେ ହତ୍ୟା କରାଯିବା ପରେ ମୃତଦେହକୁ ପଥରରେ ବାନ୍ଧି ସୋନ୍‌ ଡ୍ୟାମ୍‌କୁ ଫିଙ୍ଗି ଦିଆଯାଇଥିଲା। ତେବେ ଗୁଣିଗାରେଡ଼ି ପାଇଁ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଦମ୍ପତି ହେଲେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ସୀତାରାମସାହି ଗାଁର  ସୀତାରାମ ସିଂ(୬୨) ଓ […]

deadbody

Niharika Rout
  • Published: Wednesday, 09 October 2019
  • , Updated: 09 October 2019, 03:30 PM IST

ଉଦଳା(ମାନସ ପାଣି) : ଗତ ରବିବାରଠୁ ଫୁଟ୍‌ବଲ୍‌ ଖେଳ ଦେଖିବାକୁ ଯାଇ ନିଖୋଜ ଥିବା ଦମ୍ପତିଙ୍କ ମୃତଦେହ ଆଜି ସୋନ ଡ୍ୟାମ୍‌ରୁ ଉଦ୍ଧାର ହୋଇଛି। ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଅତି ବୀଭତ୍ସ ଭାବେ ହତ୍ୟା କରାଯିବା ପରେ ମୃତଦେହକୁ ପଥରରେ ବାନ୍ଧି ସୋନ୍‌ ଡ୍ୟାମ୍‌କୁ ଫିଙ୍ଗି ଦିଆଯାଇଥିଲା। ତେବେ ଗୁଣିଗାରେଡ଼ି ପାଇଁ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମୃତ ଦମ୍ପତି ହେଲେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ସୀତାରାମସାହି ଗାଁର  ସୀତାରାମ ସିଂ(୬୨) ଓ ତାଙ୍କ ପତ୍ନୀ ଲେତ ସିଂ (୫୫)। ପୁଲିସ୍‌ ଲାଗ୍‌ ହୋକୁ କାଲି ପଚରାଉଚରା କରୁଥିବା ବେଳେ ଗୁଣିଗାରେଡ଼ି ସନ୍ଦେହରେ ସେ ଓ ତାଙ୍କ ସହଯୋଗୀ ଉକ୍ତ ଦମ୍ପତିଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଏହାପରେ ପୁଲିସ୍‌ ଆଜି ଲାଗ୍‌କୁ ସୋନ୍‌ ଡ୍ୟାମ୍‌ ନିକଟକୁ ନେଇ ଯାଇଥିଲା। ଓଡ୍ରାଫ୍‌ ଟିମ୍‌ ସହାୟତାରେ ଡ୍ୟାମ୍‌ର ମଧ୍ୟ ଭାଗରୁ ଉଭୟଙ୍କ ମୃତଦେହ ବାହାର କରାଯାଇଥିଲା।

ଲାଗ ପୁଲିସ୍‌କୁ ଦେଇଥିବା ବୟାନ ଅନୁଯାୟୀ, ଗତ ଅଗଷ୍ଟ ୩୦ ତାରିଖରେ ମୃତ ସୀତାରାମ ନିଜ ଘରେ ଏକ ପୂଜା ରଖିଥିଲେ। ସେ ଗୁଣିଗାରେଡି ସନ୍ଦେହରେ ଏହି ପୂଜା କରୁଥିବା ଲାଗ୍‌ ଓ ଅନ୍ୟମାନେ ସନ୍ଦେହ କରିଥିଲେ। ଏହା ପରଦିନ ସେମାନେ ତାଙ୍କ ପରିବାରବର୍ଗଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଗତ ରବିବାର ସୀତାରାମ ଓ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଥିଲେ।

ସୂଚନାଯୋଗ୍ୟ, ଛତ୍ରାଆମ୍ବ ଗାଁରେ ହେଉଥିବା ଫୁଟବଲ୍‌ ଖେଳ ଦେଖିବାକୁ ଗତ ରବିବାର ସୀତାରାମ ଓ ତାଙ୍କ ପତ୍ନୀ ଘରୁ ବାହାରି ଯାଇଥିଲେ। । ତେବେ ରାତିରେ ଘରକୁ ନଫେରିବାରୁ ପରିବାର ଲୋକେ ସୋମବାର ସକାଳୁ ଖୋଜଖୋଜି ଆରମ୍ଭ କରିଥିଲେ। ଏହାପରେ ଘର ନିକଟ ଜଙ୍ଗଲର ଏକ ସ୍ଥାନରେ ରକ୍ତ ଛିଟା ଲାଗିଥିବା ଚପଲ ଓ ଚୁଡ଼ି ପଡ଼ିଥିବା ଦେଖିବାକୁ ପାଇଥିଲେ।  ପରିବାର ଲୋକଙ୍କ ଅଭିଯୋଗ ପରେ କପ୍ତିପଦା ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Related story