ଭୁବନେଶ୍ୱରର ପହଞ୍ଚିଲା ରାଣାପ୍ରତାପଙ୍କ ପାର୍ଥିବ ଶରୀର, ଜନ୍ମମାଟି ଅଭିମୁଖେ ନିଆଯାଉଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାମିଲନାଡୁର କୁନ୍ନୁରରେ ଗତ ବୁଧବାର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିଛି। ଏଠାରୁ ତାଙ୍କ ପାର୍ଥିବ ଶରୀରକୁ ସଡ଼କ ପଥରେ ଜନ୍ମମାଟି ଅନୁଗୋଳ ଜିଲ୍ଲା ତାଳଚେରର କୃଷ୍ଣଚନ୍ଦ୍ରପୁରକୁ ନିଆଯାଉଛି। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଭୁବନେଶ୍ୱର ବିମାନ ବନ୍ଦରରେ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତାଙ୍କ […]

CM

Jitendra Garnayak
  • Published: Saturday, 11 December 2021
  • , Updated: 11 December 2021, 04:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାମିଲନାଡୁର କୁନ୍ନୁରରେ ଗତ ବୁଧବାର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିଛି। ଏଠାରୁ ତାଙ୍କ ପାର୍ଥିବ ଶରୀରକୁ ସଡ଼କ ପଥରେ ଜନ୍ମମାଟି ଅନୁଗୋଳ ଜିଲ୍ଲା ତାଳଚେରର କୃଷ୍ଣଚନ୍ଦ୍ରପୁରକୁ ନିଆଯାଉଛି। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଭୁବନେଶ୍ୱର ବିମାନ ବନ୍ଦରରେ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳର ଅନେକ ମନ୍ତ୍ରୀ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେହିପରି ବିରୋଧୀ ଦଳ ବିଧାୟକମାନେ, ପୁଲିସ୍ ଡିଜି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଗତ ବୁଧବାର ସିଡିଏସ୍ ବିପିନ ରାୱତ ତାମିଲନାଡୁର ୱେଲିଂଟନ ଥିବା ଡିଫେନ୍ସ ଷ୍ଟାଫ୍ କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ସେ ସୁଲୁର ଏୟାର ବେସ୍‌ରୁ ହେଲିକପ୍ଟରରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ହେଲିକପ୍ଟରରେ ବିପିନ ରାୱତଙ୍କ ସହିତ ତାଙ୍କ ପତ୍ନୀ ଓ ଅନ୍ୟ ସେନାଧିକାରୀ ଥିଲେ। ସେମାନଙ୍କ ମଧ୍ୟରେ ରାଣାପ୍ରତାପ ଦାସ ମଧ୍ୟ ଥିଲେ। ସେ ବାୟୁସେନାର ଜୁନିଅର ଓ୍ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହଙ୍କ ବ୍ୟତୀତ ଏହି ହେଲିକପ୍ଟରରେ ଥିବା ଅନ୍ୟ ସମସ୍ତ (ମୋଟ ୧୩ ଜଣ)ଙ୍କ ମୃତ୍ୟୁ ଘଟିଛି। ଗତକାଲି ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ଶେଷକୃତ୍ୟ ଦିଲ୍ଲୀରେ ସଂପନ୍ନ ହୋଇଥିଲା। ସେହିପରି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ରିଗେଡିୟର ଲଖବୀନ୍ଦର ସିଂହ ଲିଡ୍ଡରଙ୍କର ଶେଷକୃତ୍ୟ ମଧ୍ୟ ଗତକାଲି ସଂପନ୍ନ କରାଯାଇଥିଲା।

Related story