ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ସଦର ଥାନା ଦୁଆନପାଲି ଗାଁରେ ଚାଞ୍ଚଲ୍ୟ। ପ୍ରେମିକାଙ୍କ ଘର ସମ୍ମୁଖରେ ପ୍ରେମିକଙ୍କ ସନ୍ଦେହ ଜଣକ ମୃତ୍ୟୁ। ମୃତ ଯୁବକ ଜଣକ କୁମପଥର ଗାଁର ବୋଲି ଜଣାପଡିଛି। ଯୁବକଙ୍କ ପେଟରେ ଗଭୀର ଆଘାତ ଲାଗିଛି। ଆଜି ନିଜେ ଯୁବକ ଜଣକ ନିଜ ପେଟରେ ଛୁରି ଭୁସି ଆତ୍ମହତ୍ୟା କରିଥିବା କହୁଛନ୍ତି ପ୍ରେମିକା ଘର ଲୋକେ।
ସେପଟେ ଘଟଣାସ୍ଥଳକୁ ଦେଖିଲେ ପ୍ରେମିକଙ୍କ ଘର ଲୋକେ ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଗାଁ ଲୋକେ ଏନେଇ ମୁହଁ ଖୋଲୁ ନ ଥିବା ବେଳେ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।
ତେବେ ଦୁଇ ଯୁବକ ଯୁବତୀଙ୍କ ଭିତରେ ଦୀର୍ଘ ବର୍ଷ ହେଲା ପ୍ରେମ ସଂପର୍କ ଥିବାବେଳେ ଏହାକୁ ଉଭୟଙ୍କ ପରିବାର ବିରୋଧୀ କରୁଥିବା ଜଣାପଡିଛି। ତେବେ କେତେବେଳେ ଓ କେଉଁ ପରିସ୍ଥିତି ଏହି ଘଟଣା ଘଟିଛି ସେନେଇ କୌଣସି ସୂଚନା ମିଳିନି। ପୁଲିସ ପକ୍ଷରୁ ମଧ୍ୟ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ମିଳିପାରିନି।