‘ଅପସରା’ରୁ ବ୍ୟବସାୟୀଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲା ଅପସରା ହୋଟେଲରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ହୋଟେଲର ରୁମ ନମ୍ବର ୧୨ରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଉକ୍ତ ବ୍ୟବସାୟୀଙ୍କ ନାମ ଧୀରଜ ବର୍ମା ଏବଂ ତାଙ୍କ ଘର ରାଜଗାଙ୍ଗପୁର ବୋଲି ଜଣା ପଡ଼ିଛି । ଭିତରୁ କବାଟ ବନ୍ଦ ଥିବାରୁ ରୁମକୁ ଭଙ୍ଗାଯାଇଥିଲା। ତେବେ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ […]

p-90

Tapas Behera
  • Published: Thursday, 29 August 2019
  • , Updated: 29 August 2019, 07:13 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲା ଅପସରା ହୋଟେଲରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ହୋଟେଲର ରୁମ ନମ୍ବର ୧୨ରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଉକ୍ତ ବ୍ୟବସାୟୀଙ୍କ ନାମ ଧୀରଜ ବର୍ମା ଏବଂ ତାଙ୍କ ଘର ରାଜଗାଙ୍ଗପୁର ବୋଲି ଜଣା ପଡ଼ିଛି ।

ଭିତରୁ କବାଟ ବନ୍ଦ ଥିବାରୁ ରୁମକୁ ଭଙ୍ଗାଯାଇଥିଲା। ତେବେ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ସାଇଣ୍ଟିଫିକ ଟିମ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ ହୋଇଛି ।

Related story