ମୋବାଇଲକୁ ନେଇ ଝଗଡ଼ା ପରେ ଘରୁ ମିଳିଲା ସ୍ୱାମୀସ୍ତ୍ରୀଙ୍କ ମୃତଦେହ

Ordigital Desk
  • Published: Wednesday, 21 March 2018
  • , Updated: 21 March 2018, 08:22 AM IST
<p>ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ମୋବାଇଲକୁ ନେଇ ଝଗଡ଼ା ପରେ ଘରର&nbsp; ଅଲଗା ଅଲଗା ବଖରାରୁ ସ୍ୱାମୀସ୍ତ୍ରୀଙ୍କ&nbsp;ମୃତଦେହ ମିଳିଛି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଖାସମଲ କଲୋନିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ଯୁବକଙ୍କ ନାଁ ଆଶିଷ କୁମାର ସ୍ୱାଇଁ। ମିଳିଥିବା ସୁଇସାଇଡ୍ ନୋଟରୁ ଯୁବତୀ ଜଣଙ୍କ ନାଁ ମିତା ବୋଲି ଜଣାପଡ଼ିଛି। ଉଭୟ ମନ୍ଦିରରେ ବିବାହ କରିଥିବା ଆଶିଷଙ୍କ ଭଉଣୀ କହିଛନ୍ତି। ଆଶିଷଙ୍କ ସାନ ଭଉଣୀ ଘର ଭିତରେ ଉଭୟଙ୍କୁ ଅଲଗା ଅଲଗା ରୁମରେ ଝୁଲନ୍ତା ଅବସ୍ଥାରେ ଦେଖି ପଡୋଶୀଙ୍କୁ ଖବର ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଘରୁ ମିତାଙ୍କ ସୁଇସାଇଡ୍ ନୋଟ୍ ମିଳିଛି। ଉଭୟଙ୍କ ଭିତରେ କଳି ଝଗଡ଼ାରୁ ଏଭଳି କାଣ୍ଡ ଘଟିଥିବା ଏଥିରେ ଉଲ୍ଲେଖ ରହିଛି। ପୋଲିସ୍ ଉଭୟ ରୁମକୁ ସିଲ୍ କରିବା ସହ ଘଟଣାର ତଦନ୍ତ କରୁଛି। ଆଜି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଯିବ।</p> <p>&amp;nbsp;</p>

Related story