ୱାର୍ଡ ସଭ୍ୟାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ପାଟକୁରା: କେନ୍ଦ୍ରାପଡା ଜିଲ୍ଲା ଚନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଗରମା ଗାଁରେ ଗତକାଲି ବିଳମ୍ବିତ ରାତିରେ ରଶି ଲଗାଇ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ସଙ୍ଗୀତା ମଲ୍ଲୀକ। ସେ ଗରାମର ୱ୍‌ର୍ଡମେମ୍ବର ଥିଲେ। ପାରିବାରିକ କଳହରୁ ସଙ୍ଗୀତା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ସଙ୍ଗୀତାଙ୍କ ବାପଘର ପକ୍ଷରୁ ଚାନ୍ଦୋଳ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାବା ସହ ଶାଶୁ ଘର […]

Rakesh Mallick
  • Published: Wednesday, 06 September 2017
  • , Updated: 06 September 2017, 11:15 AM IST

ପାଟକୁରା: କେନ୍ଦ୍ରାପଡା ଜିଲ୍ଲା ଚନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଗରମା ଗାଁରେ ଗତକାଲି ବିଳମ୍ବିତ ରାତିରେ ରଶି ଲଗାଇ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ସଙ୍ଗୀତା ମଲ୍ଲୀକ। ସେ ଗରାମର ୱ୍‌ର୍ଡମେମ୍ବର ଥିଲେ। ପାରିବାରିକ କଳହରୁ ସଙ୍ଗୀତା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ସଙ୍ଗୀତାଙ୍କ ବାପଘର ପକ୍ଷରୁ ଚାନ୍ଦୋଳ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାବା ସହ ଶାଶୁ ଘର ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related story