କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମୁରୁଣା ପଞ୍ଚାୟତ ବାଙ୍ଗୁରପଦା କେନାଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ଆଜି ସକାଳେ କେନାଲରେ ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ଯୁବତୀଙ୍କୁ ଲୋକେ ଉଦ୍ଧାର କରିଥିଲେ। ଯୁବତୀଙ୍କ ବେକରେ  ଚିପା ହୋଇଥିବା ଦାଗ ରହିଛି। ତେଣୁ ତାଙ୍କୁ କେହି ମାରି କେନାଲରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ଖବର ପାଇ  ସିମୁଳିଆ ପୁଲିସ୍ ଘଟଣାସ୍ଥଳରେ […]

tiop

Tapas Behera
  • Published: Tuesday, 02 July 2019
  • , Updated: 02 July 2019, 03:03 PM IST

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମୁରୁଣା ପଞ୍ଚାୟତ ବାଙ୍ଗୁରପଦା କେନାଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ।

ଆଜି ସକାଳେ କେନାଲରେ ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ଯୁବତୀଙ୍କୁ ଲୋକେ ଉଦ୍ଧାର କରିଥିଲେ। ଯୁବତୀଙ୍କ ବେକରେ  ଚିପା ହୋଇଥିବା ଦାଗ ରହିଛି। ତେଣୁ ତାଙ୍କୁ କେହି ମାରି କେନାଲରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି।

ଖବର ପାଇ  ସିମୁଳିଆ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story