କଟକ(ଓଡ଼ିଶା ରିପୋର୍ଟର): ଛୁଞ୍ଚି ସଂକ୍ରମଣ ଯୋଗୁ ଜୀବନ ଗଲା। ତ୍ରୁଟିପୂର୍ଣ୍ଣ ସାଲାଇନ ଛୁଞ୍ଚି ସଂଯୋଗ ଯୋଗୁଁ ଗତ ୧୮ ଦିନ ହେଲା ଚିକିତ୍ସିତ ହେଉଥିବା ସାବିତ୍ରୀ ସାହୁ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଆଖି ବୁଜିଛନ୍ତି । ଏଭଳି ସାଂଘାତିକ ଘଟଣା ଘଟିଛି କଟବ ବଡ଼ ମେଡିକାଲରେ।
ସାବିତ୍ରୀ ଯାଜପୁର ବଡ଼ଚଣାର ୟୁରୋଲଜି ବିଭାଗରେ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ ସାଲାଇନ୍ ଦେବା ବେଳେ ଭୁଲ୍ ଛୁଞ୍ଚି ସଂଯୋଗ ହୋଇଥିଲା । ଯେଉଁଥିପାଇଁ ସାବିତ୍ରୀଙ୍କ ହାତରେ ସଂକ୍ରମଣ ହୋଇ ପୋକ ହୋଇଯାଇଥିଲା । ଅବସ୍ଥା କ୍ରମଶଃ ଗୁରୁତର ହୋଇପଡ଼ିଥିବା ବେଳେ ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଆଜି ତାଙ୍କ ମୃତ୍ୟୁ ହୋଇଛି ।
ଚିକିତ୍ସାରେ ତ୍ରୁଟିରୁ ମୃତ୍ୟୁ ହୋଇଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି ସାବିତ୍ରୀଙ୍କ ଝିଅ । ଘଟଣା ସଂପର୍କରେ ପୂର୍ବରୁ ଟ୍ୱିଟ୍ କରି ସରକାରଙ୍କୁ ଅବଗତ କରାଯାଇଥିଲା । ଏହାକୁ ନେଇ ଏସ୍ସିବି କର୍ତ୍ତୃପକ୍ଷ ତଦନ୍ତ ପାଇଁ ଟିମ୍ ଗଠନ କରିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Weather
ଆଜି ଅବପାତରେ ପରିଣତ ହେବ ଲଘୁଚାପ;୨୭ରୁ ବର୍ଷିବ
୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Science & Environment
ଏନକ୍ଲୋଜରରୁ ବାହାରି ଜଙ୍ଗଲ ଗଲା ‘ଜିନତ୍'
ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆରେ ବାଘୁଣୀ ‘ଜିନତ୍’ ଛଡ଼ାଯାଇଥିବା ଜଣାଯାଇଛି।
Events & Festivals
ଆଜି ପଇତାଲାଗି ନୀତି; ୪ ଘଣ୍ଟା ଦର୍ଶନ ବନ୍ଦ
ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ।
Politics
କାଲିଠୁ ବିଧାନସଭା, ଆଜି ବସିବ ସର୍ବଦଳୀୟ ବୈଠକ
ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକରେ ସବୁ ଦଳର ସହଯୋଗ ଲୋଡ଼ିବେ।