ରାସ୍ତା ପାର୍ଶ୍ୱରେ ପଡ଼ିଥିଲା ମୃତଦେହ

ମୋହନା (ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ଅଡ଼ବା ଥାନା ନିକଟସ୍ଥ ମୁଖ୍ୟ ରାସ୍ତା ପାର୍ଶ୍ୱରୁ ଜଣେ ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହତ୍ୟା କରି ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ତେବେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ମୃତଦେହଟି ଲୁଗାରେ ବନ୍ଧା ହୋଇ ପଡ଼ିଥିବା ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ୍‌କୁ […]

deadbody

Tapaswini Nayak
  • Published: Wednesday, 01 January 2020
  • , Updated: 01 January 2020, 03:00 PM IST

ମୋହନା (ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ଅଡ଼ବା ଥାନା ନିକଟସ୍ଥ ମୁଖ୍ୟ ରାସ୍ତା ପାର୍ଶ୍ୱରୁ ଜଣେ ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହତ୍ୟା କରି ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ତେବେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି।

ମୃତଦେହଟି ଲୁଗାରେ ବନ୍ଧା ହୋଇ ପଡ଼ିଥିବା ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ପୁଲିସ୍‌ ଘଟଣାସ୍ଥଳରୁ ଏକ ହ୍ୟାଣ୍ଡ ଗ୍ଲୋବସ, ଚାଦର, ଚୁନି ଓ ବେଲଣା ବାଡ଼ି ଜବତ କରିଛି।

Related story