ପୁଣି ଭୁଲ୍‌: ଅଳିଆ ବୁହା ଗାଡ଼ିରେ ବୋହିନେଲେ ମଣିଷର ମୃତଦେହ

Ordigital Desk
  • Published: Monday, 04 June 2018
  • , Updated: 04 June 2018, 02:37 PM IST
<p>ସୋର(ଓଡ଼ିଶା ରିପୋର୍ଟର): ପୁଣି ମୃତଦେହକୁ ଅସମ୍ମାନ। ଅଳିଆବୁହା ଗାଡ଼ିରେ ବୁହାଗଲା ଶବ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ। ହରିଶ୍ଚନ୍ଦ୍ର ଯୋଜନାରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ହିତାଧିକାରୀ ଏହାର ଲାଭ ପାଉଛନ୍ତି କି ନାହିଁ ସନ୍ଦେହ ଦେଖାଦେଇଛି।</p> <p>ଘଟଣାଟି ୧ତାରିଖରେ। ତୁଡ଼ିଗଡ଼ିଆ ସ୍ଥାନୀୟ ବେଲନା ଛକରେ ଜଣେ ବୃଦ୍ଧା ମୁମୂର୍ଷୁ ଅବସ୍ଥାରେ ପଡ଼ିଥିଲେ। ୧୦୮ ଆମ୍ବୁଲାନ୍ସ ଆସି ବୃଦ୍ଧା ଜଣଙ୍କୁ ସୋର ମେଡିକାଲ ନେଇ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ବୃଦ୍ଧାଙ୍କ ପରିଚୟ&nbsp; ମିଳି ନ ଥିଲା। କେହି ଦାବିଦାର ମଧ୍ୟ ତାଙ୍କ ଶବ ନେବା ପାଇଁ&nbsp; ଆସି ନ ଥିଲେ। ଆଲୋଡ଼ା ଶବଟି ଡାକ୍ତରଖାନାରେ ତିନିଦିନ ଧରି ପଡ଼ି ରହିବା ପରେ ସୋର ପୋଲିସ ବୃଦ୍ଧାଙ୍କ ମୃତଦେହକୁ ସୋର ପୌରପାଳିକାକୁ ହସ୍ତାନ୍ତର କରି ଦେଇଥିଲେ। ପୌରପାଳିକା କର୍ମଚାରୀ ତାଙ୍କ ମୃତଦେହକୁ ଅଳିଆ ବୁହା ଗାଡ଼ିରେ ଡାକ୍ତରଖାନାରୁ ନେଇ ଯାଇଥିଲେ।</p> <p>&lt;a href=&quot;&quot;&gt;(image) &lt;/a&gt;ସୋର ମ୍ୟୁନିସିପାଲିଟିର ଦାୟିତ୍ୱରେ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟବ୍ରତ ପାଢ଼ୀ କହିଛନ୍ତି,&ldquo;ମୁଁ ଆଜି କାର୍ଯ୍ୟଭାର ଗ୍ରହଣ କଲି। ଏ ସମ୍ବନ୍ଧରେ କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ। ଏହି ଘଟଣା ବିଷୟରେ ବିହିତ ତଦନ୍ତ କରିବୁ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।</p> <p>&amp;nbsp;</p>

Related story