କେନାଲରୁ ମିଳିଲା ଧରମଙ୍କ ମୃତଦେହ

ବଣାଇ(ରଣଜିତ ଚୌଧୁରୀ): ସୁନ୍ଦରଗଡ ଜିଲ୍ଲା କ. ବଲାଙ୍ଗ ଥାନା ଅନ୍ତର୍ଗତ ବିମଳାଗଡ଼ ନିକଟ କୁରାଢି କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ଧରମ ଦାସ। ତାଙ୍କ ଘର ସାନ ଫକିର ମୁଣ୍ଡାରେ। ସୂଚନାଅନୁସାରେ, ଗତକାଲିଠାରୁ ଧରମ ଘରକୁ ଯାଇ ନଥିଲେ। ପରିବାର ଲୋକେ ଖୋଜାଖୋଜା କରି ମଧ୍ୟ ତାଙ୍କୁ ପାଇ ନ ଥିଲେ। ଆଜି ସକାଳେ କୁରାଢ଼ି କେନାଲରେ ଧରମଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଏଥିସହ […]

deadbody

Jyoshna Pradhan
  • Published: Wednesday, 04 December 2019
  • , Updated: 04 December 2019, 02:46 PM IST

ବଣାଇ(ରଣଜିତ ଚୌଧୁରୀ): ସୁନ୍ଦରଗଡ ଜିଲ୍ଲା କ. ବଲାଙ୍ଗ ଥାନା ଅନ୍ତର୍ଗତ ବିମଳାଗଡ଼ ନିକଟ କୁରାଢି କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ଧରମ ଦାସ। ତାଙ୍କ ଘର ସାନ ଫକିର ମୁଣ୍ଡାରେ।

ସୂଚନାଅନୁସାରେ, ଗତକାଲିଠାରୁ ଧରମ ଘରକୁ ଯାଇ ନଥିଲେ। ପରିବାର ଲୋକେ ଖୋଜାଖୋଜା କରି ମଧ୍ୟ ତାଙ୍କୁ ପାଇ ନ ଥିଲେ। ଆଜି ସକାଳେ କୁରାଢ଼ି କେନାଲରେ ଧରମଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଏଥିସହ ତାଙ୍କ ଘର ଲୋକଙ୍କୁ ମଧ୍ୟ ଜଣାଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story